ଗୋଲ୍ଡେନ ଭିସା ପାଇଁ ନୂଆ ନିୟମ, ଏହି ମୁସଲିମ ଦେଶ ଭାରତୀୟଙ୍କୁ ଦେଲା ଗୁଡ୍ ନ୍ୟୁଜ୍
ଗୋଲ୍ଡେନ ଭିସା ପାଇଁ ନୂଆ ନିୟ ଜାରି, ଭାରତୀୟଙ୍କୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ଗୋଲ୍ଡେନ ଭିସାକୁ ନେଇ ଭାରତୀୟଙ୍କ ପାଇଁ ଖୁସି ଖବର। ମୁସଲିମ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ ଗୋଲ୍ଡେନ ଭିସା ପାଇଁ ନୂଆ ନିୟମ ଲାଗୁ କରିଛି। ୟୁଏଇ ଗୋଲ୍ଡେନ ଭିସାର ନିୟମକୁ ସହଜ କରିଛି। ୟୁଏଇ ସରକାର ନୋମିନେସନ ଉପରେ ପର୍ଯ୍ୟବସିତ ନୂଆ ଗୋଲ୍ଡେନ୍ ଭିସା ଷ୍ଟାର୍ଟ କରିଛନ୍ତି।
ଏହି ନୂଆ ନିୟମରେ କିଛି ସର୍ତ୍ତ ରହିଛି, ହେଲେ ନୂଆ ସର୍ତ୍ତ ପୂର୍ବରୁ ଲାଗୁ ଥିବା ସର୍ତ୍ତଠାରୁ ଭିନ୍ନ। ଏପର୍ଯ୍ୟନ୍ତ ଗୋଲ୍ଡେନ ଭିସା ଦୁବାଇରେ ସଂପତ୍ତି କିଣିବାରେ ବା ବ୍ୟବସାୟରେ ନିବେଶ କରିବାରେ ମିଳିଥାଏ।
କିନ୍ତୁ ବର୍ତ୍ତମାନ ଏହା ବିନା ବି ଗୋଲ୍ଡେନ ଭିସା ମିଳିଯିବ। ବର୍ତ୍ତମାନ ଭାରତୀୟ କିଛି ଫିସ୍ ଭରି ଗୋଲ୍ଡେନ୍ ଭିସା ନେଇ ପାରିବ।
୩ ମାସରେ ୫୦୦୦ ଭାରତୀୟଙ୍କୁ ମିଳିବ ଭିସା: ୟୁଏଇରେ ନୋମିନେସନ ବେସ୍ଡ ଗୋଲ୍ଡେନ ଭିସା ସର୍ଭିସ ଆରମ୍ଭ ହୋଇଛି। ଏହି ସର୍ଭିସ ମୁତାବକ, ବର୍ତ୍ତମାନ ୩ ମାସରେ ୫୦୦୦ ଭାରତୀୟଙ୍କ ନୋମିନେସନ ଗୋଲ୍ଡେନ ଭିସା ପାଇଁ ଅନୁମତି ମିଳିବ।
ସେହିପରି ଭାରତୀୟ ୨୩.୩୦ ଲକ୍ଷ ଫିସ ଦେଇ ସାରା ଜୀବନ ପାଇଁ ଗୋଲ୍ଡେନ ଭିସା ନେଇପାରିବ। ନୋମିନେସନ ବେସ୍ଡ ଗୋଲ୍ଡେନ ଭିସା ସର୍ଭିସ ପୂର୍ବରୁ ଭାରତ ଏବଂ ବାଂଲାଦେଶ ପାଇଁ ଆରମ୍ଭ କରାଯିବ। ଭାରତୀୟଙ୍କ ପାଇଁ ଗୋଲ୍ଡେନ୍ ଭିସାର ଦାୟିତ୍ୱ ରାୟଦ ଗ୍ରୁପ ନାମକ କନସଲଟାନ୍ସିକୁ ଦିଆଯାଇଛି।
ଭିସା ଦେବା ଲାଗି ଚେକ୍ କରାଯିବ ବ୍ୟାକ୍ଗ୍ରାଉଣ୍ଡ: ରାୟଦ ଗ୍ରୁପର ପ୍ରବନ୍ଧ ନିଦ୍ଦେ୭ଶକ ରାୟଦ କମାଲ ଅୟୁବ ଗୋଲ୍ଡେନ ଭିସାର ନୂଆ ନିୟମ ଜାରି କରିଛନ୍ତି ଏବଂ କହିଚନ୍ତି ଯେ, ୟୁଏଇର ଗୋଲ୍ଡେନ ଭିସା ନେବାର ସୁବର୍ଣ୍ଣ ସୁଯୋଗ।
ଯଦି କୌଣସି ଭାରତୀୟ ଗୋଲ୍ଡେନ ଭିସା ପାଇଁ ଆପ୍ଲାଏ କରୁଛି ତେବେ ସର୍ବ ପ୍ରଥମେ ତା’ର ବ୍ୟାକଗ୍ରାଉଣ୍ଡ ଚେକ୍ କରାଯିବ। ଆବେଦନକାରୀଙ୍କର କୌଣସି ଆଇନଗତ ମାମଲା ଚାଲୁନବା ଆବଶ୍ୟକ।
ମନି ଲଣ୍ଡରିଂ ଏବଂ କ୍ରିମିନାଲ ରେକର୍ଡ ମଧ୍ୟ ଚେକ୍ କରାଯିବ। ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବି ଚେକ୍ କରାଯିବ।