ଦେଶୀ ମଦ ପିଇ ଜୀବନ ଗଲା

ଯାଜପୁର: ପୁଣି ଦେଶୀ ମଦ ନେଲା ଜୀବନ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳାର ମାଣ୍ଡୁକା ଗାଁରେ।

ଦେଶୀ ମଦ ପିଇ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବାବେଳେ ମାଣ୍ଡୁକା ଗାଁରେ କୃଷ୍ଣଦାସପୁର- ରତ୍ନଗିରି ମୁଖ୍ୟରାସ୍ତା ଅବରୋଧ ହୋଇଛି।

ମଦ ପାଇଁ ଲୋକଙ୍କର ଜୀବନ ଯାଉଥିବାର ଘଟଣା ଆମେ ବହୁତ ଦେଖିଛେ। ଏହି ମଦ କେତେ ଘର ସଂସାର ଉଜୁଡେଇ ଦେଉଛି ତ କେତେ ଛୁଆଙ୍କୁ ବାପ ଛେଉଣ୍ଡ କରିଦେଉଛି।

ତଥାପି ମଧ୍ୟ ଲୋକେ ସୁଧୁରିବାର ନାଁ ନେଉନାହାଁନ୍ତି। ବାରମ୍ବାର ଏହି ଘଟଣା ସାମ୍ନାକୁ ଆସୁଛି।