ଅଜଗର ଗିଳିଦେଇଥାଆନ୍ତା! ଜଙ୍ଗଲରେ ଗାଧେଇଲା ବେଳେ ଯୁବକଙ୍କୁ ମାରିଲା ଚୋଟ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ଏହି ଭିଡିଓ ଦେଖିଲେ, ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ବିଶାଳକାୟ ଅଜଗର ଆକ୍ରମଣରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି।

ଯୁବକଙ୍କ ସହ ଏହି କାଣ୍ଡ ସେତେବେଳେ ହୋଇଥିଲା, ଯେତେବେଳେ ସେ ତାଙ୍କ ସାଙ୍ଗଙ୍କ ସହ ଜଙ୍ଗଲରେ ଥିବା ନଦୀକୁ ଗାଧୋଇବା ଲାଗି ଯାଇଥିଲେ। ଏହି ଭିଡିଓଟି ଲୋମଟାଙ୍କୁରିଲା ଭଳି ହୋଇଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯୁବକଙ୍କର ଏକ ଗ୍ରୁପ ନଦୀରେ ଗାଧେଇକି ମଜା କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ନଦୀ କୂଳରେ ବସିଛନ୍ତି। ହେଲେ କିଛି ସମୟ ଭିତରେ ସେଠାରେ କିଛି ଏଭଳି ଘଟିଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଗଛ ଲତାରେ ଲୁଚିଥିବା ଏକ ବିଶାଳ ଅଜଗର ଯୁବକଙ୍କ ଉପରେ ଅଚାନକ ଆଟାକ କରୁଛି। ସାପ ଯୁବକର ମୁଣ୍ଡକୁ ଟାର୍ଗେଟ କରୁଥିଲା।

ହେଲେ ହେଲେ ଯୁବକ ତା’ର ଫଣାକୁ ଦେଖି ନିଜକୁ ଅଜଗରଠାରୁ ବଞ୍ଚାଇବା ଲାଗି ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ଆରପାରିକୁ ଆସିଗଲେ।

ଭିଡିଓରେ ଯୁବକଙ୍କୁ ଦେଖି ଅନ୍ୟ ଯୁବକମାନେ ମଧ୍ୟ ଭୟଭୀତ ହୋଇ ନଦୀକୁ ଡେଇଁ ଆରପାରିକୁ ପଳାଇଆସିଛନ୍ତି। ସାପକୁ ଦେଖି ଏହି ଯୁବକମାନେ କିପରି ଭୟଭୀତ ହୋଇଛନ୍ତି ଏହି ଭିଡିଓରେ ଆପଣ ଦେଖିପାରିବେ। ତେବେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।