BMC ଅଧିକାରୀଙ୍କୁ ମାଡ଼ ଘଟଣା: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍
ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ମାମଲାକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରୁ ଜାମିନ ମିଳିଛି।
୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି ଜଗନ୍ନାଥ ପ୍ରଧାନଙ୍କୁ। ଏ ନେଇ ଜଗନ୍ନାଥ ପ୍ରଧାନଙ୍କ ଓକିଲ ସୂଚନା ଦେଇଛନ୍ତି। ଜୁନ୍ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଯାଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଥିଲା ।
ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଥିଲେ। ପ୍ରକାଶଥାଉ କି, କାଲି ଜୁଲାଇ 3 ତାରିଖରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସ ଆସିଥିଲେ । ଗିରଫ ଯଦି ସମସ୍ୟାର ସମାଧାନ ତାହେଲେ ସହଯୋଗ କରିବି ବୋଲି କହି ଅଫିସ ଭିତରକୁ ଯାଇଥିଲେ ।
ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ- ଏହାପରେ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହିତ ରାଜରାସ୍ତାରେ ଧାରଣା ଦେଇଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଗନ୍ନାଥ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ ଜଗନ୍ନାଥ ପ୍ରଧାନ ।