(Video) ପ୍ରେମ ସନ୍ଦେହରେ ପ୍ରଥମେ ବାଡ଼ାଇଲେ, ପରେ ଜବରଦସ୍ତ ପୁତୁରା ଖୁଡ଼ିଙ୍କୁ ବିବାହ କରାଇଦେଲେ ଗାଁ ଲୋକେ

ପ୍ରଥମେ ମାଡ଼ ଖାଇଲେ ପୁତୁରା-ଖୁଡ଼ି, ପରେ ଏମାନଙ୍କୁ ବିବାହ କରାଇଦେଲେ ଗାଁ ଲୋକେ

ନୂଆଦିଲ୍ଲୀ: ବିହାରର ସୁପୌଲ ଜିଲ୍ଲାରେ ଜଣେ 24 ବର୍ଷୀୟ ଯୁବକଙ୍କୁ ମାଡ଼ ମରାଯିବାର ଏକ ମାମଲା ସାମ୍ନାକୁ ଆସିଛି। କିଛି ଲୋକ ଯୁବକଙ୍କୁ ଠେଙ୍ଗାରେ ନିର୍ମମ ଭାବରେ ପିଟିଥିଲେ। ଏହା ପରେ, ତାଙ୍କୁ ନିଜ ଖୁଡ଼ିଙ୍କ ସହିତ ଜୋରଜବରଦସ୍ତି ବିବାହ କରାଯାଇଛି।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ପରିବାର ଏବଂ ଗାଁର ଲୋକମାନେ ଏହା ଜାଣିବାକୁ ପାଇଲେ। ଯୁବକଙ୍କୁ ମାଡ଼ ମାରିବାର ଘଟଣା ଜୁଲାଇ 2 ର। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ବାଡ଼ି ଧରିଛନ୍ତି। ସେମାନେ ଯୁବକଙ୍କୁ ଏପରି ପିଟୁଛନ୍ତି ଯେପରି ସେମାନେ ବାଡ଼ିରେ ମାରି ତାଙ୍କ ମୁଣ୍ଡରୁ ପ୍ରେମର ଭୂତକୁ ଦୂର କରିବେ।

ଜୁଲାଇ ୨ ତାରିଖରେ ମିଥଲେଶ କୁମାର ମୁଖିଆ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଭୀମପୁର ଥାନା ଅଞ୍ଚଳରେ ଥିବା ତାଙ୍କ ଦାଦା ଶିବଚନ୍ଦ୍ର ମୁଖିଆଙ୍କ ଘରକୁ ନିଆଯାଇଥିଲା।

ମିଥଲେଶଙ୍କ ବାପା ନିଜ ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ପୁଅକୁ ଶିବଚନ୍ଦ୍ରଙ୍କ ସ୍ତ୍ରୀ ରୀତା ଦେବୀଙ୍କ ସହ ସମ୍ବନ୍ଧ ରଖିବା ଯୋଗୁଁ ପିଟାଯାଇଛି। ଶିବଚନ୍ଦ୍ର ଏବଂ ରୀତାଙ୍କର ଏକ ଚାରି ବର୍ଷର ପୁଅ ଅଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକେ ମିଥଲେଶଙ୍କୁ ଠେଙ୍ଗାରେ ପିଟାଯାଉଛି। ଏହାପରେ, ରୀତାଙ୍କୁ ମଧ୍ୟ ଘଟଣାସ୍ଥଳକୁ ଅଣାଯାଇଛି ଏବଂ ତାଙ୍କୁ ମଧ୍ୟ ପିଟାଯାଉଛି।

ଏହାଡରେ ମିଥଲେଶଙ୍କୁ ରୀତାଙ୍କ ମୁଣ୍ଡରେ ସିନ୍ଦୂର ଲଗାଇବା ଲାଗି ବାଧ୍ୟ କରାଯାଉଛି। ମିଥଲେଶଙ୍କ ବାପା ରାମଚନ୍ଦ୍ର କହିଛନ୍ତି ଯେ, ସେ ମିଥଲେଶଙ୍କୁ ଏବଂ ଶିବଚନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ, ହେଲେ ସେଠାରେ ତାଙ୍କୁ ମଧ୍ୟ ପିଟାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇଛି।