(Video) ଦେ ଦନାଦନ..କଂଗ୍ରେସ କାର୍ଯ୍ୟାଳୟରେ ପ୍ରବଳ ଗଣ୍ଡଗୋଳ, ଲହୁଲୁହାଣ ହେଲେ କର୍ମୀ
କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିବାଦ ଏବଂ ଲଢ଼େଇ ସମୟର ଭିଡିଓ ଭାଇରାଲ ।
ନୂଆଦିଲ୍ଲୀ: ବିହାରର ଆରାରେ କଂଗ୍ରେସ କାର୍ଯ୍ୟାଳୟରେ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଦେଖାଯାଇଛି । କର୍ମୀମାନେ କିଛି ସମୟ ମଧ୍ୟରେ ପରସ୍ପର ସହିତ ଧସ୍ତାଧସ୍ତି ହୋଇଥିଲେ ।
ବିହାରର କଂଗ୍ରେସ ପ୍ରଭାରୀ ସଚିବ ଏବଂ ଛତିଶଗଡ଼ ଭିଲାଇ ବିଧାୟକ ଦେବେନ୍ଦ୍ର ପ୍ରସାଦ ଯାଦବଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା । ଏହି ସମୟରେ କଂଗ୍ରେସ କର୍ମୀମାନେ ପରସ୍ପର ସହିତ ଧସ୍ତାଧସ୍ତି ହୋଇଥିଲେ । ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଅନେକ ଲହୁଲୁହାଣ ମଧ୍ୟ ହୋଇଯାଇଥିଲେ ।
ଏହି ଘଟଣାରେ ପୂର୍ବତନ ଏଲଏଲସି ଅଜୟ ସିଂହ ଆହତ ହୋଇଛ ନ୍ତି। କର୍ମୀମାନଙ୍କ ମଧ୍ୟରେ ଝଗଡ଼ାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ପରସ୍ପର ସହିତ ଲଢ଼ୁଥିବାର ଦେଖାଯାଉଛି ।
କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍- ଭିଡିଓରେ ସେମାନଙ୍କ ହାତାହାତି ସ୍ପଷ୍ଟ ଭାବରେ ଦେଖାଯାଉଛି । ଗଣ୍ଡଗୋଳ ବନ୍ଦ କରିବା ପାଇଁ କିଛି ବ୍ୟକ୍ତି ହସ୍ତକ୍ଷେପ କରୁଥିବା ମଧ୍ୟ ନଜର ଆସିଛି । ପରସ୍ପରର ପୋଷାକ ଟାଣି ମାଡ଼ ମାରୁଥିବା ଦେଖାଯାଇଛି ।
ଏହି ପାରସ୍ପରିକ ଲଢ଼େଇରେ ପୂର୍ବତନ ଏମଏଲସି ଅଜୟ ସିଂହଙ୍କ ଗୋଷ୍ଠୀର ଜଣେ କର୍ମୀଙ୍କ ମୁଣ୍ଡ ଆହତ ହୋଇଛି । ମୁଣ୍ଡରୁ ରକ୍ତ ବାହାରୁଥିବା ନେଇ ମଧ୍ୟ ଭିଡିଓରେ ଦେଖାଯାଇଛି ।
ଲୋକଙ୍କ ସାମ୍ନାରେ ବିହାର କଂଗ୍ରେସର ସତ୍ୟ- କଂଗ୍ରେସ କାର୍ଯ୍ୟାଳୟରେ ଘଟିଥିବା ଏହି ଘଟଣା ଦଳ ଭିତରେ ଥିବା ସତ୍ୟକୁ ପ୍ରକାଶ କରିଛି । କର୍ମୀମାନେ ଯେପରି ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି, ଏହା ବିରୋଧୀମାନଙ୍କୁ ବିନା କାରଣରେ ପ୍ରଶ୍ନ ଉଠାଇବାର ସୁଯୋଗ ଦେଇଛି।