ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣା, ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ
ଉନ୍ନୟନ କମିସନରଙ୍କ ଉପସ୍ଥିତିରେ ସାକ୍ଷ୍ୟଗ୍ରହଣ ହୋଇଛି।
ପୁରୀ: ଚଳିତ ବର୍ଷ ରଥଯାତ୍ରା ସବୁଠୁ ନିଆରା ହେଲା। କାରଣ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ ଦଳାଚକଟାରେ ୩ ଜଣ ଭକ୍ତଙ୍କ ଜୀବନ ଗଲା।
ଯାହାକୁ ନେଇ ଅନେକ ପ୍ରକାର ତର୍କ ବିତର୍କ ଚାଲିଲା। ବିରୋଧୀମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ। ଏହି ଘଟଣାକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷମା ପ୍ରାର୍ଥନା କଲେ। ଆଉ ତଦନ୍ତ ନିର୍ଦ୍ଦେଶ ଦେଲେ।
ଯାହାର ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ହଁ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା। ପୁରୀରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ ଆରମ୍ଭ ହୋଇଛି।
ଉନ୍ନୟନ କମିସନରଙ୍କ ଉପସ୍ଥିତିରେ ସାକ୍ଷ୍ୟଗ୍ରହଣ ହୋଇଛି। କେଉଁ ସ୍ଥିତିରେ ଏପରି ଅଘଟଣ ଘଟିଲା, ସେନେଇ ତଥ୍ୟ ଗ୍ରହଣ କରାଯାଇଛି। ଭିଡ଼ିଓ ତଥ୍ୟ ସହ ବ୍ୟକ୍ତିଗତ ମତକୁ ମଧ୍ୟ ବିଚାରକୁ ନିଆଯାଉଛି।