ତେଲ ସଙ୍କଟ ପରେ ଶନିବାର ନୂଆ ତେଲ ଦର ଜାରି; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ…

ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଗତ କିଛି ଦିନ ହେବ ରାଜ୍ୟରେ ତେଲ ସଙ୍କଟ ଦେଖାଦେଇଥିଲା । ଏହା ଭିତରେ ଆଜି ଅର୍ଥାତ୍ ୧୨ ଜୁଲାଇରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ପ୍ରକାଶ ପାଇଛି।

ଭୁବନେଶ୍ବର: ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଗତ କିଛି ଦିନ ହେବ ରାଜ୍ୟରେ ତେଲ ସଙ୍କଟ ଦେଖାଦେଇଥିଲା । ଏହା ଭିତରେ ଆଜି ଅର୍ଥାତ୍ ୧୨ ଜୁଲାଇରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ପ୍ରକାଶ ପାଇଛି। ତୈଳ କମ୍ପାନୀଗୁଡ଼ିକ ପ୍ରତ୍ୟେକ ସହର ପାଇଁ ନୂଆ ଦର ଅପଡେଟ୍ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ଅଛି ପେଟ୍ରୋଲ ଡିଜେଲ ଦର ।

ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨. ୬୯ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ତେବେ ଭୁବନେଶ୍ୱରରେ ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ୍ ।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି ।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ . ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୯ପଇସା ରହିଛି ।