ରେଢ଼ାଖୋଲ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ଦୁଃଖ ପ୍ରକାଶ କରି ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମ୍ବଲପୁର ରେଢ଼ାଖୋଲ ଫରେଷ୍ଟ ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁ ରେ ଏକ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ଆଜି ପ୍ରତ୍ୟୁଷରେ ଗୋଟିଏ ୫ ବର୍ଷର ମାଇ ହାତୀର ମୃତ୍ୟୁ ହୋଇଛି।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏ ଘଟଣାରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ Chief Conservator of Forest ମନୋଜ ନାୟାରଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି।
ଏହି ଘଟଣାରେ ସଂପୃକ୍ତ ଅଂଚଳର ଉଚ୍ଚ ପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳ କୁ ଯାଇ ଅନୁସନ୍ଧାନ କରୁଛନ୍ତି।