ଖଲ୍ଲିକୋଟ: ଯୌତୁକ ପାଇଁ ଜାଳିଦେଲେ ବୋହୂକୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କହ୍ନେଇପୁର ଗାଁରେ। ଯୌତୁକ ନିର୍ଯାତନା ଦେଇ ଶାଶୂ ଓ ଦିଅର ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଯୌତୁକ ଯାତନା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା କେତେକେତେ ଝିଅଙ୍କର ସବୁ ସ୍ବପ୍ନ ଭାଙ୍ଗିଯାଉଛି ଏବଂ ଜୀବନ ଦୀପ ଲିଭିଯାଉଛି। ଅନେକ ଝିଅଙ୍କର ଧ୍ବଂସ ହୋଇଯାଉଛି ସୁନେଲୀ ଭବିଷ୍ୟତ । ଯୌତୁକ ଡାହାଣୀ ଯେବେ ଗ୍ରାସ କରୁଛି ଶାଶୁଘର ବୋହୂ ପାଇଁ ପାଲଟିଯାଉଛି ଶ୍ମଶାନ।
ଯୌତୁକ ନିଆଁରେ ସୁନ୍ଦର ଶରୀର ସଂସାରର ସ୍ବପ୍ନ ଜଳି ପୋଡି ଅଙ୍ଗାର ହୋଇଯାଉଛି। ସେହିଭଳି ଏକ ଲୋମଟାଙ୍କୁରା ଘଟଣା ଖାଲ୍ଲିକୋଟରେ ଘଟିଯାଇଛି।
ଶାଶୁ ଏବଂ ଦିଅର ମିଶି କିରୋସିନି ଢାଳି ବୋହୂ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ସେପଟେ ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ଅର୍ଦ୍ଧଦଗ୍ଧ ବୋହୂ। ମଣିଷ ଯେ ଯୌତୁକ ଲୋଭରେ ଏତେ କ୍ରୁର ହୋଇପାରେ ତାହା ଏହି ଘଟଣାରୁ ଜଣାପଡିଯାଉଛି।