ହରିୟାଣା: ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ସୋମବାର ହରିୟାଣାର ନୁହରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରାର ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିଆଗଲା ଏଭଳି ନିଷ୍ପତ୍ତି।
ହରିୟାଣା ସରକାର ୨୪ ଘଣ୍ଟା ପାଇଁ ନୁହରେ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରିତ ମିଥ୍ୟା ଗୁଜବକୁ ବନ୍ଦ କରିବା। ଏହା ସହିତ, ଅଞ୍ଚଳରେ ଆହୁରି ଅନେକ କଟକଣା ମଧ୍ୟ ଲାଗୁ କରାଯାଇଛି।
ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶ୍ରାମ କୁମାର ମିଣା, ରବିବାର ଆଦେଶ ଜାରି କରି କହିଛନ୍ତି ଯେ, ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଯିବ। ତା ସହିତ ଯାତ୍ରା ସମୟରେ ଡିଜେ କିମ୍ବା ଅନ୍ୟ ଲାଉଡ଼ସ୍ପିକର ଯନ୍ତ୍ର ବ୍ୟବହାର କରାଯିବ ନାହିଁ।
ଜିଲ୍ଲା ପ୍ରଶାସନ ରବିବାରଠାରୁ ଯାତ୍ରା କରାଯାଉଥିବା ରାସ୍ତାରେ ମାଂସ ବିକ୍ରୟ ଉପରେ ମଧ୍ୟ ନିଷେଧ କରିଛି। ଏପରି ପରିସ୍ଥିତିରେ, କନୱାର ରାସ୍ତାରେ ମାଂସ ଦୋକାନଗୁଡ଼ିକ ଜୁଲାଇ 24 ପର୍ଯ୍ୟନ୍ତ ବନ୍ଦ ରହିବ।
୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ: ଏହା ସହିତ, ଜଣେ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ଏବଂ ଡ୍ରୋନ୍ ସାହାର୍ଯ୍ୟରେ ନଜର ରଖାଯାଉଛି।