୨୩ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ରହିବ ବନ୍ଦ, କେବଳ ଏହି ରାଜ୍ୟମାନଙ୍କରେ ରହିବ ଖୋଲା
ଏତିକି ଦିନ ବନ୍ଦ ରହିବ ସ୍କୁଲ୍, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଶ୍ରାବଣ ମାସରେ ଆରମ୍ଭ ହୋଇଛି ବୋଲବମ୍। ବାହାରେ ଏହାକୁ କାୱଡ୍ ଯାତ୍ରା କୁହାଯାଏ। ଏହି କାରଣ ପାଇଁ ଅନେକ ରାଜ୍ୟର ଜିଲ୍ଲାଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ୍ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।
ଏହି ସମୟରେ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କିଛି ସ୍ଥାନରେ ଏହି ଛୁଟି ୨୩ ଜୁଲାଇ ପର୍ଯ୍ୟନ୍ତ ରହିବ। ସୋମବାର ଏବଂ ଶନିବାରରେ ସ୍କୁଲ ବନ୍ଦ ରଖିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି।
ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲା ପ୍ରଶାସନ ୨୬ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ସହାୟତା ପ୍ରାପ୍ତ ବେସିକ ଏବଂ ମାଧ୍ୟମିକ ସ୍କୁଲଗୁଡ଼ିକୁ ବନ୍ଦ ରଖିବାର ନିର୍ଦ୍ଦେଶ ଜାରି କରିଛନ୍ତି।
ନିର୍ଦ୍ଦେଶର ଉଲ୍ଲଘଂନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଛି।
ଏହା ବ୍ୟତୀତ, ବନ୍ଦାୟୁ, ମେରଠ, ହାପୁଡ଼ ଏବଂ ମୁଜଫରନଗର ଜିଲ୍ଲାରେ ମଧ୍ୟ ୧୬ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏଥିରେ ୟୁପି ବୋର୍ଡ, ସିବିଏସଇ ଏବଂ ଆଇସିଏସଇ ସହ ଜଡ଼ିତ ସମସ୍ତ ସ୍କୁଲ ସାମିଲ ରହିଛି।
ବରେଲି ଜିଲ୍ଲାରେ ପ୍ରତ୍ୟେକ ସୋମବାର ଦିନ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦାୟୁରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଶନିବାର ଏବଂ ସୋମବାର ଛୁଟି ଦିଆଯିବ। ଏହି ବ୍ୟବସ୍ଥା ୧୯ରୁ ୨୧ ଜୁଲାଇ, ୨୬ରୁ ୨୮ ଜୁଲାଇ ଏବଂ ୨ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ କରାଯିବ।