ଜୀଅନ୍ତା ନାଗ ସାପକୁ ଚୋବାଇ ଗିଳିଦେଲା ମଦ୍ୟପ, ବଲାଙ୍ଗିରରେ ଅଭାବନୀୟ ଘଟଣା

ନାଗକୁ ଚୋବାଇ ଖାଇଦେଲା ମଦ୍ୟପ

ବଲାଙ୍ଗିର: ଆଜିକାଲି ମଦୁଆମାନଙ୍କ କାର୍ଯ୍ୟକଳାପ କହିଲେ ନ ସରେ। ମଦ ପିଇ ରାସ୍ତାଘାଟରେ ପଡୁଛନ୍ତି ତ କେତେକ ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟନାର ଶିକାର ହେଉଛନ୍ତି। ବର୍ତ୍ତମାନ ଆଉ ଜଣେ ମଦ୍ୟପଙ୍କ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ।

ଜଣେ ମଦ୍ୟପ ନାଗ ସାପକୁ ଚୋବାଇ ଖାଇଦେଇଛନ୍ତି। ତେନ୍ତୁଣିଖୁଣ୍ଟି ଗାଁରେ ମଦ୍ୟପର ଅଜବ କାରନାମା ଦେଖିବାକୁ ମିଳିଛି। ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଖାଇ ଗୁରୁତର ହୋଇଛନ୍ତି ଏହି ମଦ୍ୟପ।

ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଗୁରୁତର ମଦ୍ୟପଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ସେ ଜୀଅନ୍ତା ନାଗକୁ ଚୋବାଇ ଖାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।