ଚମତ୍କାରୀ ଗଛ! ଠିକ ଦିଗରେ ଲଗାଇଲେ ହେବ ଟଙ୍କା ବର୍ଷା

ଆଉ ରହିବନି ଆର୍ଥିକ ସମସ୍ୟା, ଟଙ୍କା ଗଣି ଗଣି ଆପଣଙ୍କ ହାତ ମଧ୍ୟ ଥକିଯିବ

ଓଡିଶା ଭାସ୍କର: ଆଉ ରହିବନି ଆର୍ଥିକ ସମସ୍ୟା, ଟଙ୍କା ଗଣି ଗଣି ଆପଣଙ୍କ ହାତ ମଧ୍ୟ ଥକିଯିବ। ଆଜ୍ଞା ହଁ, ଏହି ଗଛକୁ ଠିକ୍ ଦିନ ଏବଂ ଠିକ୍ ଦିଗରେ ଲଗାନ୍ତୁ, ତା’ପରେ ଦେଖିବେ ଚମତ୍କାର।

ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେଉଛି ଏବଂ ଆପଣ ଟଙ୍କା ପାଇଁ ଚିନ୍ତିତ ଅଛନ୍ତି, ତେବେ ଆପଣ ଆପଣଙ୍କ ଘରେ ଏହି କ୍ରାସୁଲା ଗଛକୁ ସଠିକ ଦିନ ଏବଂ ସଠିକ ଦିଗରେ ଲଗାନ୍ତୁ। ଯାହାଦ୍ୱାରା ଆପଣଙ୍କ ଘରେ ଟଙ୍କା ବର୍ଷା ହେବା ସହିତ ସୁଖ ଶାନ୍ତି ମଧ୍ୟ ଭରିଯିବ। ଏହି ଚମତ୍କାରୀ ଗଛ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିନଥାଏ ବରଂ ଘରେ ଟଙ୍କା ବର୍ଷା କରାଇଥାଏ।

କ୍ରାସୁଲା ଗଛ ହେଉଛି ପତ୍ର ଥିବା ଏକ ଛୋଟ ଗଛ, ଯାହାକୁ ଜେଡ୍ ଗଛ କିମ୍ବା ମନି ଗଛ ମଧ୍ୟ କୁହାଯାଏ। ଚୀନ୍ ଏବଂ ଆଫ୍ରିକା ଭଳି ଦେଶରେ ଏହି ଗଛକୁ ଧନ, ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ।

ଘରର ଏହି ଦିଗରେ ଏହି ଗଛ ଲଗାନ୍ତୁ: ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞ ପଣ୍ଡିତ ମନୋପ୍ତାଲ ଝାଙ୍କ ଅନୁସାରେ ଏହି ଗଛକୁ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ବହୁତ ଶୁଭ ବୋଲି ବିବେଚନା କରାଯାଏ। ସେହିପରି ଏହାକୁ ଘରର ଠାକୁରଘର କିମ୍ବା ଡ୍ରଇଂ ରୁମର ଉତ୍ତର କୋଣରେ ରଖିବା ଉଚିତ।

ଏହି ଗଛ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ-ପୂର୍ବ ଦିଗକୁ ଧନର ଦିଗ କୁହାଯାଏ।

ଏହା ସହିତ, ଏହାକୁ ମୁଖ୍ୟ ଦ୍ୱାର ପାଖରେ ମଧ୍ୟ ରଖାଯାଏ। ଯାହା ଦ୍ୱାରା ଟଙ୍କାର ପ୍ରବାହ ବୃଦ୍ଧି ପାଏ ଏବଂ ବ୍ୟବସାୟରେ ମଧ୍ୟ ପ୍ରଗତି ହୁଏ। ଆପଣ ଗୁରୁବାର କିମ୍ବା ଶୁକ୍ରବାର ଦିନ କ୍ରାସୁଲା ଗଛ ଲଗାଇପାରିବେ।