ଜବରଦସ୍ତ କାର ଭିତରକୁ ଟେକିନେଲେ, ଭିନ୍ନ ଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଦୁଷ୍କର୍ମ କଲେ

ଜବରଦସ୍ତ କାର ଭିତରକୁ ଟେକିନେଇ ଭିନ୍ନ ଭିନ୍ନ ସ୍ଥାନରେ ଅଟକାଇ ଦୁଷ୍କର୍ମ କଲେ, ଶେଷରେ ରାସ୍ତା କଡରେ ଫୋପାଡ଼ି ଚାଲିଗଲେ

ମହାରାଷ୍ଟ୍ର: ରାସ୍ତାରେ ଯାଉଥିବା ସମୟରେ ଜଣେ ଯୁବତୀଙ୍କୁ କାର ଭିତରକୁ ଟେକିନେଇ ଗଣଦୁଷ୍କର୍ମ! ଏଭଳି ଏକ ହୃଦୟବିଦାରକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି। ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏଠାରେ ଏକ କାରରେ ଜଣେ ସ୍ଥାନୀୟ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। ଲୋନାୱାଲା ଅଞ୍ଚଳରୁ ପୀଡିତାଙ୍କୁ ବଳପୂର୍ବକ କାରରେ ବସାଇ ଦିଆଯାଇ କାରଟିକୁ ବିଭିନ୍ନ ସ୍ଥାନରେ ଥର ଥର କରି ଅଟକାଇ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ତା’ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ଏ ସମ୍ପର୍କରେ ଲୋନାୱାଲା ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। କେବଳ ଏତିକି ନୁହେଁ, ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

ପୋଲିସ କହିବା ଅନୁଯାୟୀ, ପୀଡିତା ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ ଶୁକ୍ରବାର ଏକ ଅଭିଯୋଗ ଦାଖଲ କରିଛନ୍ତି। ପୀଡିତା କହିଛନ୍ତି ଯେ, ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ କାରରେ ବସାଇଥିଲେ ଏବଂ ଲୋନାୱାଲାର ଏକ ଅଜଣା ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ତା ପରେ ତାଙ୍କୁ ଶନିବାର ଭୋର ସମୟରେ ସହର ଉପକଣ୍ଠରେ ଛାଡି ପଳାଇଥିଲେ।