ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ରକ୍ତର ଛିଟା, ଦଳାଚକଟା ସହ ୨ ଜଣ ଭକ୍ତଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ଆସି ମନ୍ଦିର ବେଢ଼ାରେ ଚାଲିଗଲା ଭକ୍ତଙ୍କ ଜୀବନ।
ଉତ୍ତରପ୍ରଦେଶ: ସକାଳୁ ସକାଳୁ ମନ୍ଦିର ବେଢାରେ ବଡ଼ ଅଘଟଣ। ଶ୍ରାବଣ ସୋମବାରରେ ପାଣି ଢ଼ାଳିବାକୁ ଯାଇ ଚାଲିଗଲା ଭକ୍ତଙ୍କ ଜୀବନ। ଶିବ ଲିଙ୍ଗରେ ପାଣି ଢ଼ାଳିବା ହେଲା ଜୀବନର ଶେଷ ଶ୍ରାବଣ।
ମନ୍ଦିର ବେଢ଼ାରେ ବିଦ୍ୟୁତ ଆଘାତ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ମନ୍ଦିର ପରିସରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଫଳରେ ୪୦ରୁ ଅଧିକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି।
ହଁ ଆଜ୍ଞା ଶ୍ରାବଣ ମାସ ଦ୍ୱିତୀୟ ସୋମବାର ପାଇଁ ସକାଳୁ ସକାଳୁ ଉତ୍ତରପ୍ରଦେଶର ବାରବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ଼।
ଆଉ ବର୍ଷା ହେବାରୁ ୨ ଜଣ ଶ୍ରଦ୍ଧାଳୁ ଆଶ୍ରୟ ପାଇଁ ସେଡ ତଳେ ଛିଡ଼ା ହୋଇଥିଲେ। ହେଲେ ସେହି ସମୟରେ ମାଙ୍କଡ଼ ବିଦ୍ୟୁତ ତାର ଛିଡ଼ାଇ ଦେବାରୁ ୨ ଜଣ ଶ୍ରଦ୍ଧାଳୁଙ୍କର ବିଦ୍ୟୁତ ଆଘାତରେ ପ୍ରାଣବାୟୁ ଉଡିଯାଇଥିଲା।
ଆଉ ପରେ ମନ୍ଦିର ପରିସରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି।