ନିଜ ମୁହଁରେ ନିଜେ ହିଲିୟମ ଗ୍ୟାସ୍ ଭର୍ତ୍ତି କରି କଷ୍ଟଦାୟକ ଆତ୍ମହତ୍ୟା କଲେ CA
କାହିଁକି ଏପରି ଦର୍ଦନାକ ଆତ୍ମହତ୍ୟାର ବାଟ ବାଛିଲେ ଜଣେ CA?
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ହେଲେ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଏପରି କଷ୍ଟଦାୟକ ମୃତ୍ୟୁ ଦେଇଛନ୍ତି ଯାହାକୁ ଦେଖି ପୋଲିସ ମଧ୍ୟ ତାଟକା ହୋଇଯାଇଛି।
ପୋଲିସର କହିବା କଥା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏକ ପାଇପ୍ ସାହାଯ୍ୟରେ ତାଙ୍କ ମୁହଁରେ ହିଲିୟମ ଗ୍ୟାସ୍ ଭର୍ତ୍ତି କରିଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦର୍ଦନାକ ଆତ୍ମହତ୍ୟା: ଦିଲ୍ଲୀର ବାରଖମ୍ବା ଅଞ୍ଚଳରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଧୀରଜ କଂସଲଙ୍କ ଆତ୍ମହତ୍ୟା ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଆତ୍ମହତ୍ୟା ପାଇଁ ଧୀରଜ କଂସଲ ଆପଣାଇଥିବା ପଦ୍ଧତି ଦେଖି ପୋଲିସ ମଧ୍ୟ ଚକିତ ହୋଇଛି।
ପୋଲିସର କହିବା ଅନୁଯାୟୀ, ଧୀରଜ ଏକ ପାଇପ୍ ସାହାଯ୍ୟରେ ତାଙ୍କ ମୁହଁରେ ହିଲିୟମ ଗ୍ୟାସ୍ ଭର୍ତ୍ତି କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀରେ ହିଲିୟମ ଗ୍ୟାସ୍ ଦ୍ୱାରା ଆତ୍ମହତ୍ୟାର ଏହା ପ୍ରଥମ ଘଟଣା ଥିଲା।
ରୁମରୁ ବାହାରୁଥିଲା ଦୁର୍ଗନ୍ଧ: ଯଦି ଦେଖିବା ଆତ୍ମହତ୍ୟା କରିଥିବା ଧୀରଜ କଂସଲଙ୍କ ବୟସ ୨୫ ବର୍ଷ। ସେ ହରିୟାଣାର ବାସିନ୍ଦା। କିନ୍ତୁ ଏବେ ସେ ମହିପାଳପୁରର ଏକ ପିଜିରେ ରହୁଥିଲେ।
ଏହି ଘଟଣା ଜୁଲାଇ ୨୮ ତାରିଖରେ ଘଟିଥିଲା। ବାରଖମ୍ଭା ଥାନା ପୋଲିସ ସୂଚନା ପାଇଥିଲା ଯେ ଏକ ହୋଟେଲରେ ରହୁଥିବା ଜଣେ ଅତିଥି ଚେକ୍ ଆଉଟ୍ କରୁନାହାଁନ୍ତି ଏବଂ ରୁମ୍ ରୁ ଦୁର୍ଗନ୍ଧ ଆସୁଛି। ପୋଲିସ ଏଫଏସଏଲ, ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୁମର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।
ବିଛଣାରେ ପଡ଼ିଥିଲା ମୃତଦେହ: ପୋଲିସ କହିବା ଅନୁଯାୟୀ, ଧୀରଜଙ୍କ ମୃତଦେହ ମୁହଁମାଡ଼ି ବିଛଣାରେ ପଡ଼ିଥିଲା। ତାଙ୍କ ମୁହଁରେ ଏକ ହିଲିୟମ ସିଲିଣ୍ଡର ସହିତ ସଂଯୋଗ ହୋଇଥିବା ଏକ ପାଇପ୍ ଥିଲା।
ତାଙ୍କ ମୁହଁରେ ଏକ ମାସ୍କ ଏବଂ ତା’ ଚାରିପାଖରେ ପ୍ଲାଷ୍ଟିକ୍ ଗୁଡ଼ାଯାଇଥିଲା, ଯାହାକୁ ବେକ ପାଖରେ ସିଲ୍ କରାଯାଇଥିଲା। ପାଖରେ ଏକ ସିଲିଣ୍ଡର, ମାସ୍କ ଏବଂ ଏକ ମିଟର ଉଦ୍ଧାର କରାଯାଇଛି।
ରୁମରୁ ସୁଇସାଇଡ ନୋଟ୍ ମିଳିଛି: ରୁମରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି, ଯେଉଁଥିରେ ସେ ଲେଖିଛନ୍ତି ଯେ ଯଦି ତାଙ୍କର ଫେସବୁକ୍ ପୋଷ୍ଟ ଡିଲିଟ୍ ହୋଇଯାଏ, ତେବେ ଏହି ନୋଟ୍ ତାଙ୍କର ମୃତ୍ୟୁ ପଛର କାରଣ କହିବ। ସୁଇସାଇଡ ନୋଟ୍ ରେ ଲେଖାଯାଇଛି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।
ସୁଇସାଇଡ ନୋଟ୍ ରେ ଲେଖାଯାଇଛି ଯେ ମୃତ୍ୟୁ ମୋ ପାଇଁ ଜୀବନର ସବୁଠାରୁ ସୁନ୍ଦର ଅଂଶ। ଦୟାକରି ମୋ ମୃତ୍ୟୁ ପାଇଁ ଦୁଃଖିତ ହୁଅନ୍ତୁ ନାହିଁ। ଆତ୍ମହତ୍ୟା କରିବା ଖରାପ ନୁହେଁ, କାରଣ ମୁଁ କାହା ପାଇଁ ଦାୟୀ ନୁହେଁ କିମ୍ବା ମୋ ସହିତ କେହି ଭାବପ୍ରବଣ ଭାବରେ ଜଡିତ ନୁହଁନ୍ତି।