ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ୫ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍‌-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। କସ୍‌ମୋପଲିସର ଗୋଟିଏ ଫ୍ଲାଟରେ ଚାଲିଛି ଚଢ଼ାଉ। ଭିଜିଲାନ୍ସର ୧୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ।

କାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ୍ ହୋଇଥିଲା।

ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ। ଭିଜିଲାନ୍ସକୁ ଦେଖି ଅଶୋକ ଘର ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ। ମୋବାଇଲ୍ ସ୍ୱିଚ ଅଫ୍ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା।

ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ୍ କରିବାକୁ ବାହାରିଲା ଅକଲ ଗୁଡୁମ୍ ହୋଇଯାଇଥିଲା। ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା।

ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା।

ବ୍ୟାଗ୍‌ରୁ ୧ ଲକ୍ଷ ଟଙ୍କା, ସୁନା, ରୁପା, ଅରିଜନାଲ ଆରଓଆର, ଆଇଫୋନ୍ ମିଳିଛି। ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।