ଏକୁଟିଆ ମହିଳାଙ୍କୁ ଦେଖି ପଡ଼ୋଶୀଙ୍କ ଲାଳ ଗଡ଼ିଲା, ଘରେ ପଶି ପିଲାଙ୍କ ସାମ୍ନାରେ…
ସ୍ୱାମୀ ନଥିବାବେଳେ ଘରେ ପଶି ମହିଳାଙ୍କୁ ବଳାତ୍କାର
ମଧ୍ୟପ୍ରଦେଶ: ଘରେ ସ୍ୱାମୀ ନଥିବାବେଳେ ସ୍ତ୍ରୀର ବଳାତ୍କାର। ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉନ୍ନାଓ ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି।
ମହିଳାଙ୍କ ସ୍ୱାମୀ କାମକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୨ ଘଣ୍ଟା ମଧ୍ୟରେ ଝାନ୍ସୀ ରୋଡରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ମହିଳା ଜଣଙ୍କ ପୋଲିସକୁ କହିଥିଲେ ଯେ, ବୁଧବାର ରାତିରେ ପଡ଼ୋଶୀରେ ରହୁଥିବା ଅଙ୍କୁ ଓରଫ ଅଙ୍କିତ ରାଇକୱାର ତାଙ୍କ ଘରେ ପଶିଥିଲେ। ସେହି ସମୟରେ ପୀଡିତାଙ୍କ ସ୍ୱାମୀ କାମକୁ ଯାଇଥିଲେ। ପ୍ରତିବାଦ କରିବାରୁ ଅଭିଯୁକ୍ତ ପିଲାମାନଙ୍କୁ ହତ୍ୟା ଧମକ ଦେଇଥିଲେ ଏବଂ ତାଙ୍କୁ ବଳାତ୍କାର କରିଥିଲେ। ତା ପରେ ସେ ସେଠାରୁ ପଳାଇ ଯାଇଥିଲେ।
ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇ ଜେଲ ପଠାଯାଇଛି।