ପିଶାଚୀ ସ୍ତ୍ରୀ; ତଣ୍ଟି ଚିପି ସ୍ୱାମୀର ନେଲା ଜୀବନ, ପାରିବାରିକ କଳହ ପରେ ହତ୍ୟା
ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଛି। ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।
ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା।
ହତ୍ୟା କରିବା ପରେ ସ୍ୱାମୀର ମୃତଦେହ ମେଡ଼ିକାଲ ନିଜେ ନେଇଥିଲା ସ୍ତ୍ରୀ। ହସ୍ପିଟାଲରେ ଏଭଳି ମାମଲା ଦେଖି ସଙ୍ଗେ ସଙ୍ଗେ ମେଡ଼ିକାଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ।