ଜେଲ ଗଲେ ସାଉଥ୍ କୋରିଆର ପୂର୍ବତନ ରାଷ୍ଟ୍ରପତି ଦମ୍ପତି, ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ

ପ୍ରଥମ ଥର ସାଉଥ୍ କୋରିଆରେ ଏପରି ଘଟଣା ଦେଖିବାକୁ ମିଳିଛି । ପୂର୍ବରୁ ସ୍ୱାମୀ ଜେଲରେ ଅଛନ୍ତି ।

ସେଓଲ: ସାଉଥ୍ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ ୟେଲଙ୍କ ସ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଏକ କୋର୍ଟ ମଙ୍ଗଳବାର ୱାରେଣ୍ଟ ଜାରି କରିଛି ।

ଏକାଧିକ ଅପରାଧ, ଲାଞ୍ଚ, ଅଧିକାରୀଙ୍କ ଚୟନରେ ମଧ୍ୟସ୍ଥତା କରିବା ଅଭିଯୋଗରେ ସେଓଲ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି । ୟୁନଙ୍କ ସ୍ତ୍ରୀ କିମ୍ କେନ ହିଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରିଛନ୍ତି ।

ଗତବର୍ଷ ଡିସେମ୍ବରରେ ୟୁନ ଦେଶରେ ମାର୍ସାଲ ଲ’ ଘୋଷଣା କରିଥିଲେ । ଯେଉଁଥିରେ ପଲିଟିକାଲ ଆକ୍ଟିଭିଟି ଏବଂ ପ୍ରେସ୍ ଫ୍ରିଡମକୁ ପ୍ରଭାବିତ କରିବାର ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ଆଇନକୁ ନେଇ ଙ୍ଲାକଙ୍କ ମଧ୍ୟରେ ଜନ ଆକ୍ରୋସ ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ୟୁନଙ୍କୁ ଗିରଫ କରାଯାଇଥିଲା ।

ୟୁନ ଏବଂ କିମ୍ ସାଉଥ କୋରିଆର ପ୍ରଥମ ରାଷ୍ଟ୍ରପତି ଦମ୍ପତି ଯାହାଙ୍କୁ ଅପରାଧିକ ମାମଲାରେ ଗିରଫ କରାଯାଇଛି ।