(Video) ଭାଇରାଲ ହେଉଛି ଡେୱାଲ୍ଡ ବ୍ରେଭିସଙ୍କ ଭୟଙ୍କର ସଟ୍, ଅଳ୍ପକେ ବର୍ତ୍ତିଗଲେ ଅମ୍ପାୟାର ଏବଂ ବୋଲର
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଡେୱାଲ୍ଡ ବ୍ରେଭିସ୍ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।
ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫୩ ରନ୍ରେ ପରାସ୍ତ କରିଛି । ଏହା ସହିତ ସିରିଜ୍ ୧-୧ରେ ଡ୍ର ହୋଇଛି। ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ଡେୱାଲ୍ଡ ବ୍ରେଭିସ୍ ଏକ ଚମତ୍କାର ଶତକ ହାସଲ କରିଥିଲେ । ତାଙ୍କ ଇନିଂସ୍ ସମୟରେ ବ୍ରେଭିସ୍ ଏତେ ବିପଜ୍ଜନକ ସଟ୍ ମାରିଥିଲେ ଯେ ଅଷ୍ଟ୍ରେଲିଆର ବୋଲର ଜୋଶ୍ ହାଜେଲଉଡ୍ ଏବଂ ଅମ୍ପାୟାର ଅଳ୍ପକେ ଆହତ ହେବାରୁ ବଞ୍ଚି ଯାଇଥିଲେ।
ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ୫୬ ବଲ୍ରେ ୧୨୫ ରନ୍ କରିଥିଲେ ।
ଡେୱାଲ୍ଡ ବ୍ରେଭିସଙ୍କ ସଟ୍ ଭାଇରାଲ୍- ଡେୱାଲ୍ଡ ବ୍ରେଭିସ୍ 19ତମ ଓଭରରେ ଏହି ସଟ୍ ଖେଳିଥିଲେ । ହେଜେଲଉଡ୍ ସେହି ଓଭରର ଚତୁର୍ଥ ବଲରେ ୟର୍କର ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇପାରି ନଥିଲେ । ବ୍ରେଭିସ ଏହି ବଲରେ ଏକ ପାଓ୍ବାରଫୁଲ ସଟ୍ ଖେଳିଥିଲେ । ତେବେ ବ୍ୟାଟ୍ ବାଜିବା ପରେ ବଲ୍ ବାଉଣ୍ଡ୍ରିଂ କ୍ରସ କରିଥିଲା ।
ଏହି ବଲ୍ ହେଜେଲଉଡଙ୍କ ମୁଣ୍ଡ ପାଖରେ ଏବଂ ଅମ୍ପାୟରଙ୍କ ମୁହଁ ପାଖ ଦେଇ ଯାଇଥିଲା । ତେବେ ଉଭୟେ କୌଣସି ପ୍ରକାରେ ଦୁର୍ଘଟଣାକୁ ଟାଳି ଦେଇଥିଲେ । ଯଦି ଏହି ବଲ୍ ଏହି ଦୁଇଜଣଙ୍କ ମଧ୍ୟରୁ କାହାକୁ ଲାଗିଥାନ୍ତା, ତେବେ ସେମାନେ ଗୁରୁତର ଆହତ ହୋଇପାରିଥାନ୍ତେ ।
ସ୍ମରଣୀୟ ମ୍ୟାଚ୍- ଏହି ମ୍ୟାଚ୍ ବ୍ରେଭିସ୍ଙ୍କ ପାଇଁ ବହୁତ ସ୍ମରଣୀୟ ଥିଲା। ସେ 56 ବଲ୍ରେ 12 ଚୌକା ଏବଂ 8 ଛକା ସହାୟତାରେ 125 ରନ୍ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ 223.21 ଥିଲା। ଏହା ଟି-20 ଆନ୍ତର୍ଜାତୀୟରେ ତାଙ୍କର ପ୍ରଥମ ଶତକ ଥିଲା। ଅନ୍ୟପକ୍ଷରେ, ଏହି ମ୍ୟାଚ୍ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ୍ ହାଜେଲଉଡ୍ଙ୍କ ପାଇଁ ଏକ ଭୁଲିଯିବା ଭଳି ମ୍ୟାଚ୍ ଥିଲା।
ଏହି ମ୍ୟାଚ୍ରେ ହାଜେଲଉଡ୍ ତାଙ୍କ ଚାରି ଓଭରରେ 56 ରନ୍ ଦେଇଥିଲେ, ଯେଉଁଥିରେ ସେ କେବଳ ଗୋଟିଏ ୱିକେଟ୍ ପାଇଥିଲେ । ଏହା ତାଙ୍କ ଟି-20 କ୍ୟାରିୟରର ସବୁଠାରୁ ମହଙ୍ଗା ସ୍ପେଲ୍ ଥିଲା।
Sheesh! Josh Hazlewood narrowly avoided this one 🫨 #AUSvSA pic.twitter.com/OjrdNhi1vV
— cricket.com.au (@cricketcomau) August 12, 2025