(VIDEO) ମୋତେ ରଗାନି….ଷଣ୍ଢ ଆଗକୁ ଆସି ଚିଡ଼ାଉଥିଲେ ଯୁବକ, ଶିଂଘରେ ଟେକି ଫୋପାଡ଼ିଦେଲା ଆଉ ତା’ ପରେ…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଯୁବକଙ୍କୁ ଷଣ୍ଢ ଟେକି ଫିଙ୍ଗିଦେଲା ।

କଲୋମ୍ବିଆ: ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମଣିଷ ଓ ଷଣ୍ଢର ଲଢ଼େଇ ଦେଖିବାକୁ ମିଳିଛି ।

ଶନିବାର କଲୋମ୍ବିଆର ଟାଉନ ଅଫ ଫଣ୍ଡାସିଅନରେ ବୁଲଫାଇଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଯେଉଁଠାରେ ଷଣ୍ଢ ଲଢ଼େଇ ଦେଖିବାକୁ ଅନେକ ଲୋକ ଜମା ହୋଇଥିଲେ ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ ଲଢେଇରେ ସାମିଲ ହୋଇଥିବା ଷଣ୍ଢ ସାମ୍ନାକୁ ଗହଳି ଭିତରୁ ଜଣେ ଯୁବକ ଦୌଡ଼ି ଆସି ତାକୁ ଚିଡ଼ାଇବା ଆରମ୍ଭ କରଉଛନ୍ତି ।

ରାଗିଯାଇଥିବା ଷଣ୍ଢ ଯୁବକଙ୍କୁ ଶିଂଘରେ ଟେକି ଫୋପାଡ଼ିଦେଲା । ଯୁବକଙ୍କୁ ୨ ଥର ଟେକି କଚିବା ପରେ ସେ ଷଣ୍ଢ ପାଖରୁ ଦୂରେଇ ଯାଇଥିଲେ । ଯାହାପରେ ଯୁବକଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ନାମ ମାର୍କୁଇଜ୍, ଯାହାଙ୍କ ବୟସ ୩୫ ବର୍ଷ ।

କଲୋମ୍ବିଆରେ ବୁଲ ଫାଇଟ୍ ବେଶ୍ ଆଦୃତ । ସେଠାରେ ସାଧାରଣ ଲୋକଙ୍କ ଦ୍ୱାରା ହିଁ ଏହି ଫାଇଟ୍ କରାଯାଏ । ଯାହାଫଳରେ ପ୍ରତିବର୍ଷ ବୁଏ ଫାଇଟରେ ଅନେକେ ଗୁରୁତର ଆହତ ହେବା ସହ ମୃତ୍ୟୁବରଣ କରନ୍ତି ।