(video) କ୍ଲାସରେ ଉଡ଼ିଲା ବିଧା, ଗୋଇଠା, ଚାପୁଡ଼ା, ଶିକ୍ଷୟିତ୍ରୀଙ୍କ ହେଲା ଅବସ୍ଥା ଘାଇଲା, ରୁଦ୍ର ରୂପ ଦେଖାଇଲେ ଛାତ୍ର
୨ ମାର୍କ ପାଇଁ ଗଣିତ ଗୁରୁମାଙ୍କୁ ଚାପୁଡ଼ା, ଗୋଇଠା, ବିଧା।
ନୂଆଦିଲ୍ଲୀ: ସାଧାରଣତଃ ଆମେ ଦେଖୁ କି ଶିକ୍ଷକ କି ଶିକ୍ଷୟିତ୍ରୀ ପିଲାଙ୍କୁ କ୍ଲାସରେ ପାଠ ପାଇଁ ମାଡ଼ ମାରନ୍ତି ହେଲେ ଏଠି ତ ପୁରାପୁରି ଭିନ୍ନ। ୨ ମାର୍କ ପାଇଁ ଗଣିତ ଗୁରୁମାଙ୍କୁ ଚାପୁଡ଼ା, ଗୋଇଠା, ବିଧା। ସେ ପୁଣି ଜଣେ ଛାତ୍ରଙ୍କ ହାତରୁ ମାଡ଼ ଖାଇଛନ୍ତି ଗୁରୁମା।
ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରେଣୀରେ ପିଲା ବସିଥିବା ବେଳେ ହଠାତ ଛାତ୍ର ଜଣଙ୍କ ଆସି ଗୁରୁମାଙ୍କ ମାଡ଼ ମାରିବା ସହ ଚାପୁଡ଼ା ମାରିଥିଲେ।
ପିଲାମାନେ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ କୌଣସି ପ୍ରକାର ଅଟକାଇପାରୁନଥିଲେ।
ଥାଇଲ୍ୟାଣ୍ଡର ଜଣେ ସ୍କୁଲ ଛାତ୍ର ଏଭଳି କାଣ୍ଡ କରିଛନ୍ତି। ଶ୍ରେଣୀ ପରୀକ୍ଷାରେ ଫୁଲ ମାର୍କ ନଦେଇ ଶିକ୍ଷୟିତ୍ରୀ ୨ ମାର୍କ କାଟିବାରୁ ଶ୍ରେଣୀରେ ଛାତ୍ର କରିଥିଲେ ତୁମୁଳକାଣ୍ଡ।
ଅଗଷ୍ଟ ୫ ତାରିଖରେ ଉଥାଇ ଥାନିର ଏକ ଘରୋଇ ସ୍କୁଲରେ ଘଟିଥିଲା ଏହି ଘଟଣା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଜଣେ ଏକାଦଶ ଶ୍ରେଣୀର ଛାତ୍ର ଶିକ୍ଷୟିତ୍ରୀଙ୍କୁ ଶ୍ରେଣୀରେ ଚାପୁଡ଼ା, ଲାତ ମାରୁଛନ୍ତି। ଅନ୍ୟ ଛାତ୍ରୀମାନେ ରୋକିଲେ ବି ଛାତ୍ର ରୋକିବାକୁ ନାରାଜ।
A student beat his teacher up today because she did not give him a better mark in an exam in a school in Northeast Thailand
นักเรียนทำร้ายครูของตนวันนี้ เพราะเธอไม่ให้คะแนนสอบที่ดีกว่า ในโรงเรียนแห่งหนึ่งทางภาคตะวันออกเฉียงเหนือของประเทศไทย pic.twitter.com/28hxxNluF0— ADRIEN BRAY® (@Katareya2006) August 11, 2025
ଘଟଣା କିପରି ଘଟିଥିଲା
ଦି ବ୍ୟାଙ୍କକ୍ ପୋଷ୍ଟ ଅନୁଯାୟୀ, ଗଣିତ ପରୀକ୍ଷାରେ ୨ ମାର୍କକୁ ନେଇ ଏହି ଘଟଣା ଘଟିଥିଲା।ଯେଉଁଥିରେ ଛାତ୍ର ୨୦ରୁ ୧୮ ନମ୍ବର ପାଇଥିଲେ।
କାହିଁକି ସଂପୂର୍ଣ୍ଣ ନମ୍ବର ଦେଲେ ନାହିଁ ପଚାରିବାକୁ ଶିକ୍ଷୟିତ୍ରୀଙ୍କ ପାଖକୁ ଯାଇଥିଲେ ଛାତ୍ର। ଶିକ୍ଷୟିତ୍ରୀ କହିଥିଲେ ଉତ୍ତର ସଠିକ୍ ଥିଲେ ମଧ୍ୟ ପ୍ରଶ୍ନଗୁଡ଼ିକ ଅନୁସାରେ ଉତ୍ତର ନଥିଲା। ଅନ୍ୟ ଶିକ୍ଷକଙ୍କୁ ଏନେଇ ପଚାରିପାର।
ଅନ୍ୟ ଶିକ୍ଷକଙ୍କ ସହ ଛାତ୍ର ଜଣଙ୍କ କଥା ହେବା ପରେ ଶ୍ରେଣୀ ଗୃହକୁ ଆସିଥିଲେ ଏବଂ ତାଙ୍କୁ ଫୁଲ ମାର୍କ ଦେବାକୁ କହିଥିଲେ। ଶିକ୍ଷୟିତ୍ରୀ ମନା କରିବାରୁ ଛାତ୍ର ଜଣଙ୍କ ରାଗି ଯାଇଥିଲେ। ଆଉ ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଥିଲେ।
ଯାହାର ଭିଡିଓ ଶ୍ରେଣୀରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।
ଅନ୍ୟ ଶିକ୍ଷକଙ୍କ ସହ ପରାମର୍ଶ କରିବା ପରେ, ଛାତ୍ରଟି ଶ୍ରେଣୀଗୃହକୁ ପ୍ରବେଶ କଲା ଏବଂ ତାକୁ ପୂର୍ଣ୍ଣ ନମ୍ବର ଦେବାକୁ କହିଲା। ଛାତ୍ରଟି ସେହିପରି କରିବାକୁ ମନା କରିବାରୁ, ସେ ରାଗିଗଲେ ଏବଂ ଏକ ଡେସ୍କକୁ ଲାତ ମାରି ଶ୍ରେଣୀଗୃହ ଛାଡି ଚାଲିଗଲେ।