ଏଲନ ମସ୍କ ସବୁଠୁ ଧନୀ, ଟପ୍ ୨୦ରେ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ

ବିଶ୍ୱର ସବୁଠୁ ଧନୀ ତାଲିକାରେ ଭାରତୀୟ । ଅମ୍ବାନୀ, ଆଦାନୀଙ୍କ ରେସ୍ ଜାରି ।

ମୁମ୍ବାଇ: କିଛିଦିନ ଧରି ଷ୍ଟକ ମାର୍କେଟରେ ଶୋଚନୀୟ ସ୍ଥିତ ପରେ ସୋମବାର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଗୌତମ ଆଦାନୀଙ୍କ ସମ୍ପତ୍ତିରେ ପୁଣିଥରେ ବୃଦ୍ଧି ହୋଇଛି । ଆଦାନୀଙ୍କ ସମ୍ପତ୍ତିରେ ୫.୭୪ ବିଲିୟନ ବୃଦ୍ଧି ଘଟିଛି । ବର୍ତ୍ତମାନ ତାଙ୍କ ସମ୍ପତ୍ତି ୭୯.୭ ବିଲିୟନ୍ ବୃଦ୍ଧି ଘଟିଛି ।

ବିଶ୍ୱର ଟପ୍ ୨୦ ଧନୀଙ୍କ ମଧ୍ୟରେ ୨ ଭାରତୀୟଙ୍କୁ ସ୍ଥାନ ମିଳିଛି । ଭାରତ ଓ ଏସିଆର ଦ୍ୱିତୀୟ ଧନୀ ହେଉଛନ୍ତି ଗୌତମ ଆଦାନୀ । ତାଙ୍କ ଆଗରେ ରହିଛନ୍ତି ମୁକେଶ ଅମ୍ବାନୀ ।

ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତିରେ ୧.୦୨ ବିଲିୟନ୍ ଡଲାର ବୃଦ୍ଧି ଘଟିଛି ।

ଆମେରିକାରେ ଏଲନ ମସ୍କଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପତ୍ତିରେ ୬.୬୭ ବିଲିୟନ୍ ଡଲାର ବୃଦ୍ଧି ଘଟିବା ସହ ତାଙ୍କ ମୋଟ ସମ୍ପତ୍ତି ଏବେ ୩୭୮ ବିଲିୟନ ଡଲାର ଅଛି ।

କିନ୍ତୁ ଚଳିତ ବର୍ଷ ମସ୍କଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି । କାରଣ ତାଙ୍କ ସମ୍ପତ୍ତି ୫୪.୫ ବିଲିୟନ ଡଲାର ତଳକୁ ଖସିଛି ।

ବିଶ୍ୱର ସବୁଠାରୁ ଧନୀ ସୂଚୀରେ ମସ୍କ ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ଅଛନ୍ତି ଲାରି ଏଲିସନ୍ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ମାର୍କ ଜୁକରବର୍ଗ ।

ସେହିପରି ମୁକେଶ ଅମ୍ବାନୀ ୧୮ତମ ସ୍ଥାନରେ ଥିବାବେଳେ ଗୌତମ ଆଦାନୀ ୨୦ତମ ସ୍ଥାନରେ ରହିଛନ୍ତି ।