ଏସିଆ କପ୍ର ହିରୋ, ରୋହିତ କୋହଲିଙ୍କ ଠାରୁ ବି ହାସଲ କରିଛନ୍ତି ଅଧିକ ଶତକ
ବ୍ୟାଟିଂରେ ବିପକ୍ଷ ଦଳର ନିଦ ହଜାଇ ଥିବା ରେକର୍ଡ ଆଜି ବି ରହିଛି।
ନୂଆଦିଲ୍ଲୀ: ଏସିଆ କପ୍ରେ ଯେତେବେ ସବୁଠାରୁ ଅଧିକ ଶତକ କରିଥିବାର କଥା ଆସେ, ସେତେବେଳେ ପ୍ରଶଂସକ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକରଙ୍କ କଥା ମନେ ପକାନ୍ତି।
ହେଲେ ଏହି ମାମଲାରେ ଟପ୍ରେ ଅଛନ୍ତି ଶ୍ରୀଲଙ୍କାର ମହାନ ଅଲରାଉଣ୍ଡର ସନଥ ଜୟସୁରିୟା। ଯିଏ ନିଜର ବ୍ୟାଟିଂରେ ଅନେକ ଥର ବିପକ୍ଷ ଟିମ୍ଙ୍କ ନିଦ ହଜାଇଛନ୍ତି।
ସନଥ ଜୟସୂର୍ଯ୍ୟା- ଏସିଆ କପର ବାଦଶାହା
ଶ୍ରୀଲଙ୍କାର ମହାନ ଅଲରାଉଣ୍ଡର ସନଥ ଜୟସୁରିୟାଙ୍କ ଏସିଆ କପ୍ରେ ସବୁଠାରୁ ଅଧିକ ଶତକ ହାସଲ କରିଥିବାର ରେକର୍ଡ ଅଛି।
୧୯୯୦ରୁ ୨୦୦୮ ଭିତରେ ସେ ୨୫ ମ୍ୟାଚରେ ୧୨୨୦ ରନ୍ କରିଛନ୍ତି। ସେଥିରେ ସେ ୬ ଥର ଶତକ ଏବଂ ୩ ଥର ଅର୍ଦ୍ଧ ଶତକ କରିଛନ୍ତି। ତାଙ୍କର ବେଷ୍ଟ ସ୍କୋର ୧୩୦ ରନ୍ ଥିଲା।
ବ୍ୟାଟିଂରେ ବିପକ୍ଷ ଦଳର ନିଦ ହଜାଇ ଥିବା ସନଥ ଜୟସୁରିୟାଙ୍କ ଆଜି ରେକର୍ଡ ରହିଛି।
ବିରାଟ କୋହଲି
ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ଲିଷ୍ଟର ଦ୍ୱିତୀୟ ନମ୍ବରରେ ଅଛି। ୨୦୧୦ରୁ ୨୦୨୩ ପର୍ଯ୍ୟନ୍ତ ଖେଳିଥିବା ୧୬ଟି ମ୍ୟାଚରେ ୭୪୨ ରନ୍ କରିଛନ୍ତି।
କୋହଲି ଏସିଆ କପ୍ରେ ୪ ଶତକ ଲଗାଇଛନ୍ତି। ଯେଉଁଥିରେ ତାଙ୍କ ବେଷ୍ଟ ସ୍କୋର ୧୮୩ ରନ୍ ଥିଲା।
ରନ୍ ଚେଞ୍ଜ ମାଷ୍ଟର କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଥର ଭାରତକୁ ଦ୍ୱଦ୍ୱପୂର୍ଣ୍ଣ ସମସ୍ୟାରୁ ବାହାର କରିଛନ୍ତି।
ଶିଖର ଧୱନ
ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ ଏହି ଲିଷ୍ଟର ୬ରେ ଅଛନ୍ତି। ସେ ୨୦୧୪ରୁ ୨୦୧୮ ଭିତରେ ଏସିୟା କପରେ ୯ ମ୍ୟାଚ ଖେଳି ୫୩୪ ରନ୍ କରିଛନ୍ତି।
ସେ ଏଥିରେ ୨ ଶତକ ଏବଂ ୨ ଅର୍ଦ୍ଧଶତକ ଲଗାଇଛନ୍ତି। ଯେଉଁଥିରେ ତାଙ୍କ ବେଷ୍ଟ ସ୍କୋର ୧୨୭ ରନ୍ ଥିଲା। ଧୱନଙ୍କ ଆରମ୍ଭ ଟିମ୍ ଇଣ୍ଡିଆକୁ ଭଲ ସ୍କୋର ଦିଏ।
ଏହି ଲିଷ୍ଟରେ ଭାରତର ସଚିନ ତେନ୍ଦୁଲକର, ରୋହିତ ଶର୍ମାଙ୍କ ନାଁ ମଧ୍ୟ ସାମିଲ ଅଛି। ଏସିଆ କପ୍ରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲର ୨ ଶତକ କରିଛନ୍ତି। ସେହିପରି ରୋହିତ ଶର୍ମା ୧ ଶତକ କରିଛନ୍ତି।