ପୁଅ ନା ରାକ୍ଷାସ! ହାତ, ଗୋଡ଼, ହାତ ବାନ୍ଧି ପାଣିରେ ଫୋପାଡ଼ି ଦେଲେ, ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା ବାପା…

୧୦ କିଲୋମିଟର ଦୂରରେ ତାଙ୍କ ମୃତ ଦେହ ମିଳିଛି।

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଜବଲପୁରରେ ଛାତି ଧରଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠି ପୁଅ ଏଭଳି କାମ କରିଛି ସମ୍ପର୍କ ଉପରୁ ବି ଲୋକଙ୍କ ବିଶ୍ୱାସ ତୁଟିଯିବ।

ଯେଉଁ ବାପା ତାଙ୍କୁ ପାଳି ପୋଷି ବଡ଼ କରିଥିଲା ସେଇ ବାପାକୁ ହତ୍ୟା କରିଛି ପୁଅ। ଦୁଇ ପୁଅ ବାପାଙ୍କ ଗୋଡ଼, ହାତ ବାନ୍ଧି ଦେଇ ମୃତ୍ୟୁ ମୁହଁରେ ପକାଇଦେଇଛନ୍ତି।

ଜୀବନ ବଞ୍ଚାଇବାକୁ ବାପା ଚିତ୍କାର କରୁଥିଲେ ହେଲେ ଦୁଇ ପୁଅଙ୍କ ହୃଦୟ ତରଳିଲାନି। ହାତ, ଗୋଡ଼ ବାନ୍ଧି କେନାଲରେ ଫୋପାଡ଼ି ଦେଲେ ପୁଅ।

୧୦ କିଲୋମିଟର ଦୂରରେ ତାଙ୍କ ମୃତ ଦେହ ମିଳିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଲୋକଙ୍କ ସମ୍ପର୍କ ଉପରୁ ବିଶ୍ୱାସ ହଟି ଯାଇଛି।

ରିପୋର୍ଟ ଅନୁସାରେ ଦୁଇ ପୁଅ ୫୫ ବର୍ଷ ବାପାଙ୍କ ହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାକୁ ନେଇ ମାମଲା ଦାୟ କରି ଅଭିଯୁକ୍ତ ଦୁଇ ପୁଅଙ୍କୁ ଗିରଫ କରିଛନ୍ତି।

ମଝଗୱା ଥାନା କ୍ଷେତ୍ର ଗାଁଅଗାରିୟାରେ ରବିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଘଟଣା। ମୃତଦେହ ଉଦ୍ଧାରେ ପରେ ପୋଲିସ ଦୁଇ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସମ୍ପକୀୟ କହିଛନ୍ତି କି ତାଙ୍କର ଦୁଇ ପୁଅ ରବିବାର ଦିନ ସଂଧ୍ୟାରେ ହାତ ବାନ୍ଧି ବୃଦ୍ଧଙ୍କୁ ନେଇ ଯାଉଥିଲେ। ତାଙ୍କୁ ପଚାରିବାରୁ ତାଙ୍କୁ କହିଥିଲେ ସିଦ୍ଧ ବାବାଙ୍କୁ ପାଖରେ ବାପାଙ୍କୁ ଛାଡ଼ିବାକୁ ଯାଉଛୁ।

ତାପରେ ଦୁଇ ପୁଅ ମିଶି ହତ୍ୟା କରିଥିଲେ।