ପର ପୁରୁଷ ସାଙ୍ଗରେ ରାତିକାଟିବା ଥିଲା ଝିଅର ସଉକ! ଲୋକ ଲଜ୍ଜାକୁ ସହି ନ ପାରି ଝିଅକୁ ହାଣି ଟିକ୍ ଟିକ୍ କଲା ବାପ

ଝିଅକୁ ମାରି ୨ ଖଣ୍ଡ କଲା ବାପା । ଝିଅର କାମ ଜାଣିଲେ ଉଡ଼ିଯିବ ହୋସ୍ ।

ହାଥରସ୍: ଉତ୍ତର ପ୍ରଦେଶ ହାଥରସରେ ଘଟିଯାଇଛି ଜଘନ୍ୟ କାଣ୍ଡ । ଲୋକ ଲଜ୍ଜା ପାଇଁ ଜଣେ ବୁଢ଼ା ବାପା ତା’ ଝିଅକୁ କାଟି ୨ ଖଣ୍ଡ କରି କେନାଲରେ ଫିଙ୍ଗି ଦେଇଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମଙ୍ଗଳବାର ଦିନ ଏ ଜଘନ୍ୟ ହତ୍ୟାକାଣ୍ଡ ଉପରକୁ ପର୍ଦ୍ଦା ହଟାଇଛନ୍ତି ସ୍ଥାନୀୟ ଏସପି ।

୧୦ ତାରିଖ ଦିନ ସାଦାବାଦ୍ କ୍ଷେତ୍ର ବହରଦୋଇ ନିକଟରେ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତଦେହ ମିଳିବାର ଗୋଟିଏ ଦିନ ପରେ ଶବର ପରିଚୟ ମିଳିଥିଲା । ମୃତଦେହଟି ଥିଲା ୧୯ ବର୍ଷୀୟା ତମନ୍ନାଙ୍କର ।

ତମନ୍ନା ପୁର୍ବରୁ ପ୍ରେମିକ ସହ ଘର ଛାଡ଼ି ଚାଲିଯାଇଥିବାବେଳେ ଦିନେ ୨ ଦିନ ପରେ ପୁଣିଥରେ ଘରକୁ ଫେରାର୍ ହେବାକୁ ବସିଥିଲେ । ଏହାପରେ ତାଙ୍କ ବାପା ଓ ସାବତ ମା’ ତମନ୍ନାଙ୍କୁ ମାଡ଼ ମାରିବା ସହ ଗାଳି କରିଥିଲେ ।

ଏହାପରଠାରୁ ତମନ୍ନା ତାଙ୍କ ଦାଦାଙ୍କ ଘରେ ରହିବା ଆରମ୍ଭ କଲେ । ସେଠାରେ ରହିବା ପରେ ପୁଣି ଆଉ ଜଣେ ଯୁବକଙ୍କ ସହ ସେ ଫେରାର୍ ହୋଇଯାଇଥିବାବେଳେ ଅଧାବାଟରୁ ସେମାନେ ଧରାପଡ଼ିଗଲେ । ଏ ପ୍ରକାର କାମରେ ଲୋକ ନିନ୍ଦାକୁ ଡରି ଅଭିଯୁକ୍ତ ହସରତ ଅଲି ତମନ୍ନାଙ୍କୁ ଜୀବନରୁ ମାରିବାର ଯୋଜନା କଲେ ।

ଏ ସମ୍ପର୍କରେ ହସରତ ତାଙ୍କ ଶଶୁର ଘର ଲୋକଙ୍କ ସହ କଥା ହେଲେ । ତମନ୍ନା ଖାଇବାରେ ନିଶା ମିଶାଇ ପ୍ରଥମେ ତାଙ୍କୁ ବେହୋସ୍ କରିଦେଲେ । ଏହାପରେ ତାଙ୍କ ତଣ୍ଟି ଚିପି ମାରିଦେଲେ ।

ଏହାପରେ ନିଜେ ହସରତ ଏକ ଧାରୁଆ ଅସ୍ତ୍ରରେ ତମନ୍ନାର ଗଳା କାଟି ଦେଲେ । ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ମୁହଁରେ ଏକାଧିକ ପ୍ରହାର କରି ଛେତରା କରିଦେଲେ । ଯେମିତି କେହି ଶବର ଚିହ୍ନଟ କରିପାରିବେ ନାହିଁ ।

ଖବର ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସ ଘଟଣାର ତସନ୍ତ କରିଥିଲା । ଏହାପରେ ୪୮ ଘଣ୍ଟା ଭିତରେ ହସରତକୁ ଧରିବାରେ ପୋଲିସ ସଫଳ ହେଲା । ହତ୍ୟାକାଣ୍ଡରେ ୩ ଅଭିଯୁକ୍ତ ସାମିଲ ଥିବା ପୋଲିସ କହୁଛି ।