(Video) ସଫାରୀ ଗାଡ଼ି ଉପରକୁ ଡେଇଁଲା ଚିତା, ୧୩ ବର୍ଷର ବାଳକକୁ ଏମିତି କଚାଡ଼ିଲା, ଦେଖନ୍ତୁ ଭିଡିଓ
ଚିତାର ଭୟଙ୍କର ଆକ୍ରମଣ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସଫାରୀ ଯାତ୍ରାର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାଟି ବେଙ୍ଗାଲୁରୁର ବାନେରଘଟ୍ଟା ପ୍ରାଣୀ ଉଦ୍ୟାନରେ ଶୁକ୍ରବାର ଦିନ ଘଟିଛି। ଏଠାରେ ଏକ ଚିତାବାଘ ୧୩ ବର୍ଷର କିଶୋରଙ୍କୁ ଆକ୍ରମଣ କରିଛି। କିଶୋରଙ୍କ ଜୀବନ ବଞ୍ଚିଯାଇଛି।
୧୩ ବର୍ଷର ସୁହାଶ ନାମକ ଜଣେ ବାଳକ ସଫାରୀ ଯାତ୍ରାରେ ପରିବାର ଲୋକଙ୍କ ସହ ଯାଇଥିଲା। ପ୍ରାଣୀ ଉଦ୍ୟାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୂର୍ଯ୍ୟ ସେନ କହିଛନ୍ତି ଯେ, ଚିତାବାଘଟି ଅଚାନକ ଗାଡ଼ିକୁ ଡେଇଁଥିଲା ଏବଂ ବାଳକଟିକୁ ଆଞ୍ଚୁଡ଼ି ଦେଇଥିଲା।
ଏହି ଜିପର ପଛରେ ଆସୁଥିବା ଗାଡ଼ିଟି ଏହି ଭିଡିଓ କରିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଏକ ଜିପକୁ ଚିତାବାଘଟି ଗୋଡ଼ାଉଛି। ଯେତେବେଳେ ସେ ଗାଡ଼ିର ଡୋର ଭିତରକୁ ଡେଇଁଛି, ସେହି ସମୟରେ ସେ ଅଧିକ ଭିତରକୁ ଯାଇପାରିନି, କାରଣ ସେହି ଗାଡ଼ି ଗାରିପଟେ ତାର ବନ୍ଧା ଯାଇଥିଲା।
A 13-year-old boy was attacked by a leopard at the Bannerghatta Biological Park in Bengaluru on Friday afternoon when the boy was on a safari along with his parents. The leopard attacked the boy through the window of the vehicle when the driver had stopped for the visitors to see… pic.twitter.com/K4g7Zu08xL
— Karnataka Portfolio (@karnatakaportf) August 15, 2025
ଏହି ସମୟରେ କିଶୋର ଜଣଙ୍କ ତାର ପାଖାପାଖି ବସିଥିବାରୁ ସେ ହାତକୁ ଆଞ୍ଚୁଡ଼ି ଦେଇଛି। ଏହାପରେ ଦେଖିବାକୁ ମିଳିଥିଲା ଯେ, ଚିତା ସେହି ବାଳକଟିର ହାତକୁ ଖୁବ ଜୋରରେ ଆଞ୍ଚଡିଦେଇଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ଚିତାଟି ବାଳକକୁ ଅଧିକ ଆକ୍ରମଣ କରିନାହିଁ।