ଦେହସୁଖ ଆଗରେ ବଳି ପଡ଼ିଲା ସମ୍ପର୍କ… ପ୍ରଥମେ ସ୍ୱାମୀକୁ ମାରି ଜେଲ ଗଲା ପରେ ଶଶୂର ତଣ୍ଟିଚିପି ଫେରାର୍ ହୋଇଗଲା ବୋହୂ

ବୋହୂର ପ୍ରେମିକ ପଡ଼ିଗଲା ଧରା । ବହୂ ଏବେବି ଫେରାର । ଜେଲରୁ ଆରମ୍ଭ ହୋଇଥିଲା ପ୍ରେମ ।

ଆଗ୍ରା: ଆଗ୍ରାରୁ ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ସ୍ୱାମୀକୁ ଜୀବନରୁ ମାରିଦେବା ପରେ ଶଶୂରକୁ ମାରି ବିଲରେ ଫିଙ୍ଗି ଦେଇଛି ।

ବୋହୂ ଏକୁଟିଆ ଏ କାମ କରିନି, ପ୍ରେମିକ ସହ ମିଶି ଘଟାଇଛି ଏପ୍ରକାର ଜଘନ୍ୟ ହତ୍ୟାକାଣ୍ଡ । ଦୁହେଁ ଶଶୂରକୁ ମାରି ବିଲରେ ଶବକୁ ଫୋପାଡ଼ି ଦେଇ ପ୍ରେମିକ ସହ ଫେରାର୍ ହୋଇଯାଇଛି ବୋହୂ ।

ବମରୋଲି ଥାନା କଟାରାରେ ରହୁଥିବା ମୁନ୍ନି ଦେବୀଙ୍କ ପୁଅ ହରିଓମଙ୍କୁ ବାହାହୋଇଥିଲା ବବଲି । ବାବହାଘର ପରେ ବବଲି ପ୍ରେମିକ ସହ ମିଶି ପ୍ରଥମେ ସ୍ୱାମୀ ହରିଓମକୁ ମାରିଦେଲା ।

ସ୍ୱାମୀ ହତ୍ୟା ମାମଲାରେ ବବଲିକୁ ୫ ବର୍ଷର କରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ଜେଲରେ ଥିବା ସମୟରେ ବବଲି ଓ ପ୍ରେମ ସିଂ ମଧ୍ୟରେ ଚିହ୍ନା ବଢ଼ିଥିଲା । ଜେଲରେ ସେମାନଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିିଥିଲା ।

ବବଲି ଓ ପ୍ରେମ ସିଂ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିଷୟରେ ବବଲିଙ୍କ ଶଶୂର ଜାଣିବା ପରେ ସେ ଏହାକୁ ବିରୋଧ କରିବା ଆରମ୍ଭ କଲେ । ଶଶୂର ନାମକ କଣ୍ଟାକୁ ରାସ୍ତାରୁ ହଟାଇବା ପାଇଁ ସେମାନେ ବୁଢ଼ା ଶଶୂରର ଗଳାଚିପି ହତ୍ୟା କଲେ ।ମୃତ ଦେହକୁ ଜମିରେ ପିଙ୍ଗିଦେଇ ଫେରାର୍ ହୋଇଗଲେ । ବୋହୂ ବବଲି ଘଟଣାସ୍ଥଳରୁ ଫେରାର୍ ଥିବାବେେ ପ୍ରେମ ସିଂକୁ ଧରିବାରେ ସ୍ଥାନୀୟ ପୋଲିସ ସଫଳ ହୋଇଛି ।

ସ୍ୱତନ୍ତ୍ର ଟିମ୍ ଏବେବି ବବଲିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।