Asia Cup 2025: ସୂର୍ଯ୍ୟକୁମାର ଯାଦବ ଖେଳିବେ କି ନାହିଁ ହେଲା ସ୍ପଷ୍ଟ, ଫିଟନେସ୍ ଟେଷ୍ଟ ଉପରେ ଆସିଲା ବଡ଼ ଖବର
କିଛି ମାସ ପୂର୍ବରୁ ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର କରିଥିବା ଭାରତୀୟ ଦଳର ଟି20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଧରି ଏନସିଏରେ ଥିଲେ। ଏବେ ତାଙ୍କ ଫିଟନେସ୍ ଟେଷ୍ଟ ଉପରେ ଆସିଲା ବଡ଼ ଖବର ।
ନୂଆଦିଲ୍ଲୀ: ଭାରତୀୟ ଦଳ ସେପ୍ଟେମ୍ବର ମାସରେ ତାର ପରବର୍ତ୍ତୀ ଅନ୍ତର୍ଜାତୀୟ ସିରିଜ୍ ଖେଳିବାକୁ ଅଛି । ଏହି ସମୟରେ ଏସିଆ କପ ମଧ୍ୟ ଖେଳାଯିବ । ତେବେ ହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଟି20 ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫିଟନେସ୍ ଉପରେ ରହିଛି । ଯାହା ସମ୍ପର୍କରେ ଏବେ ଏକ ବଡ଼ ଅପଡେଟ୍ ଆସିଛି।
ଏସିଆ କପ୍ 2026 ଏଥର ଟି20 ଫର୍ମାଟରେ ଖେଳାଯିବ, ଯାହା 9 ରୁ 28 ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବ ଜୁନ୍ ମାସରେ ଜର୍ମାନୀର ମ୍ୟୁନିଖରେ ପେଟର ତଳ ଡାହାଣ ଭାଗରେ ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର କରିଥିଲେ, ଯାହା ପରେ ସେ ଏନସିଏରେ ଥିଲେ।
ସୂର୍ଯ୍ୟକୁମାର ଯାଦବ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି
ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫିଟନେସ୍ ସମ୍ପର୍କରେ, ଏବେ BCCI ଏକ ବଡ଼ ଖବର ଦେଇଛି । ପିଟିଆଇକୁ ତାଙ୍କ ବିବୃତ୍ତିରେ କହିଛି ଯେ, ଅସ୍ତ୍ରୋପଚାର ପରେ ରିଟର୍ଟ ଟୁ ପ୍ଲେ ଆରଟିପି ପୂର୍ବରୁ ଫିଟନେସ୍ ପରୀକ୍ଷା ବାଧ୍ୟତାମୂଳକ ଏବଂ ସୂର୍ଯ୍ୟକୁମାର ଯାଦବ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି। ଏନେଇ ସୂର୍ଯ୍ୟକୁମାର ଯାଦବ ଇଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ଫିଟନେସ ଉପରେ ସ୍ପଷ୍ଟ କରିଛନ୍ତି ।
IPLସିଜିନ୍ ଶେଷ ହେବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅସ୍ତ୍ରୋପଚାର ହୋଇଥିଲା
ସୂର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଧରି ସ୍ପୋର୍ଟସ୍ ହାର୍ନିଆ ସମସ୍ୟା ସହିତ ସଂଘର୍ଷ କରୁଥିଲେ । ଏଥିପାଇଁ ସେ ଆଇପିଏଲ୍ 2025 ସିଜିନ୍ ଶେଷ ହେବା ସହିତ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କୁ ଫିଟ୍ ହେବା ପାଇଁ ମଧ୍ୟ ଯଥେଷ୍ଟ ସମୟ ମିଳିଥିଲା। ସୂର୍ଯ୍ୟ ଏହି ଆଇପିଏଲ୍ ସିଜିନରେ ସେ ମୋଟ 717 ରନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହା ଆଧାରରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ଲେଅଫରେ ପହଞ୍ଚିଥିଲା। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ସୁସ୍ଥ ହେବା ଟିମ୍ ଇଣ୍ଡିଆ ପାଇଁ ଖୁସିର ଖବର ।