ରଜନୀକାନ୍ତଙ୍କ ତୁଫାନ; ମାତ୍ର ୩ ଦିନରେ ୧୫୦ କୋଟି କ୍ଲବରେ ଏଣ୍ଟ୍ରୀ କଲା ‘କୁଲି’

୩ ଦିନରେ ୧୫୦ କୋଟି ରୋଜଗାର କଲା ଫିଲ୍ମ ‘କୁଲି’

ନୂଆଦିଲ୍ଲୀ: ରଜନୀକାନ୍ତ ଯେତେବେଳ ବି ଫିଲ୍ମ କରନ୍ତି, ସେ ଧମାଲ କରନ୍ତି। ତାଙ୍କ ଫିଲ୍ମ ‘କୁଲି’ ବକ୍ସ ଅଫିସରେ ଧମାଲ କରୁଛି ଏବଂ ରେକର୍ଡ ବ୍ରେକିଂ ରୋଜଗାର କରୁଛି। ଫିଲ୍ମ ତାମିଲ ଫିଲ୍ମ ୨୦୨୫ର ସବୁଠୁ ଉଚ୍ଚ ଗ୍ରସିଂ ଫିଲ୍ମ ହୋଇଛି।

କୁଲିର ବକ୍ସ ଅଫିସ କଲେକସନ: Sacnilk ମୁତାବକ, କୁଲି ତୃତୀୟ ଦିନ ୩୮.୫୦ କୋଟି ଟଙ୍କା କଲେକସନ କରିଛି। ଫିଲ୍ମର ତୃତୀୟ ଦିନର ସଂଖ୍ୟା ବର୍ତ୍ତମାବ ଅଫିସିଆଲ ଭାବେ ସାମ୍ନାକୁ ଆସିନି।

ଯଦି ତୃତୀୟ ଦିନ ଏହି ଫିଲ୍ମଟି ୩୮.୫ କୋଟି ରୋଜଗାର କରିଛି ତେବେ ଫିଲ୍ମର ସମୁଦାୟ କଲେକ୍ସନ ୧୫୦ କୋଟି ପାର ହୋଇଯିବ। ଫିଲ୍ମଟି ଏପର୍ଯ୍ୟନ୍ତ ୧୫୮.୨୫ କୋଟି ରୋଜଗାର କରିଛି।

କୁଲି ପ୍ରଥମ ଦିନ ୬୫ କୋଟି ରୋଜଗାର କରିଥିଲା। ତାମିଲରେ କୁଲି ୪୫ କୋଟି, ହିନ୍ଦୀରେ ୪.୫ କୋଟି, ତେଲୁଗୁରେ ୧୫.୫ କୋଟି ଏବଂ କନ୍ନଡ଼ରେ ୦.୫ କୋଟିର କଲେକ୍ସନ କରିଛିଲେ।

ସେହିପରି ଦ୍ୱିତୀୟ ଦିନ ଫିଲ୍ମଟି ୫୪.୭୫ କୋଟିର କଲେକ୍ସନ କରିଥିଲା। ଫିଲ୍ମ ତାମିଲରେ ୩୪.୪୫ କୋଟି, ହିନ୍ଦୀରେ ୬.୩ କୋଟି, ତେଲୁଗୁରେ ୧୩.୫ କୋଟି ଏବଂ କନ୍ନଡ଼ରେ ୦.୫ କୋଟିର କଲେକ୍ସନ କରିଥିଲା।