ଆଜି ବସିବ ବିଜେପି ସାଂସଦୀୟ ବୋର୍ଡ ବୈଠକ; ଏନଡିଏ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ହେବ ଆଲୋଚନା

ଆଜି ବିଜେପି ସଂସଦୀୟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଦୀଲ୍ଲୀରେ ସନ୍ଧ୍ୟା 6ଟାରେ ବସିବ ସଂସଦୀୟ ବୋର୍ଡ ବୈଠକ । ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି ।

ନୂଆଦିଲ୍ଲୀ: ଆଜି ବିଜେପି ସଂସଦୀୟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଦୀଲ୍ଲୀରେ ସନ୍ଧ୍ୟା 6ଟାରେ ବସିବ ସଂସଦୀୟ ବୋର୍ଡ ବୈଠକ । ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ ଶାମିଲ । ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି ।

ସେପଟେ 21 ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ସେପ୍ଟେମ୍ବର 9 ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏହି ବୈଠକ ପୂର୍ବତନ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଆକସ୍ମିକ ଇସ୍ତଫା ପରେ ହେଉଛି। ଧନଖଡ଼ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟସଭାର ପ୍ରଥମ ଦିନରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ଇସ୍ତଫା ରାଜନୈତିକ ମହଲରେ ଅନେକ ଚର୍ଚ୍ଚାର କାରଣ ହୋଇଛି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହି ଇସ୍ତଫା ପଛରେ ଆଖିରେ ଦେଖାଯାଉଥିବା କାରଣ ଅପେକ୍ଷା ଅଧିକ କିଛି ରହିଛି। ସେ ଦାବି କରିଛନ୍ତି ଯେ ଇସ୍ତଫା ଖବର ସାମ୍ନାକୁ ଆସିବାର ଦୁଇ ଘଣ୍ଟା ପୂର୍ବରୁ ସେ ଧନଖଡ଼ଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କ ପାଖରେ କୌଣସି ତାତ୍କାଳିକ ଚିନ୍ତା ନଥିଲା।

ନିର୍ବାଚନ ଆୟୋଗ ଅଗଷ୍ଟ ୭ତାରିଖରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଯାହା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ନୂତନ ଉପ-ରାଷ୍ଟ୍ରପତି ନିର୍ବାଚନ ହେବ। ନାମାଙ୍କନ ଦାଖଲ ଏବଂ ପ୍ରାର୍ଥୀତା ପ୍ରତ୍ୟାହାର ପାଇଁ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏନଡିଏର ସାଂସଦୀୟ ଶକ୍ତି ବର୍ତ୍ତମାନ ୭୮୨ ସାଂସଦଙ୍କ ମଧ୍ୟରୁ ପ୍ରାୟ ୪୨୫ ସହ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି। ଯାହା ଏହାର ପ୍ରାର୍ଥୀଙ୍କୁ ବିଜୟୀ ହେବା ନେଇ ସୁନିଶ୍ଚିତ କରିଛି ।