Kishtwar cloudburst: ଚମତ୍କାର ! 30 ଘଣ୍ଟା ମାଟି ତଳେ ଚାପି ହୋଇ ରହିଲେ, ପରେ ଜୀବନ୍ତ ଉଦ୍ଧାର

କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପ୍ରାୟ 30 ଘଣ୍ଟା ଧରି ଭଗ୍ନାଂଶ ତଳେ ଚାପି ରହିବା ପରେ ସୁଭାଷ ଚନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

ଜମ୍ମୁ-କଶ୍ମୀର: କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ବାଦଳ ଫଟିବା ଏବଂ ବନ୍ୟା ଯୋଗୁଁ ହୋଇଥିବା ପ୍ରଳୟ ମଧ୍ୟରେ ଏକ ଚମତ୍କାର ଘଟଣା ଘଟିଛି । ପ୍ରାୟ 30 ଘଣ୍ଟା ଧରି ଭଗ୍ନାଂଶ ତଳେ ଚାପି ରହିବା ପରେ ସୁଭାଷ ଚନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

ସୁଭାଷ ଦୀର୍ଘ ସମୟ ଧରି ମାତା ମଚୈଲ ଯାତ୍ରାରେ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦର ଆୟୋଜନ କରିଆସୁଛନ୍ତି । ଏହାକୁ ନେଇ ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଛନ୍ତି ଯେ, “ ଯାହାକୁ ଭଗବାନ ରକ୍ଷା କରନ୍ତି, ତାକୁ କେହି ମାରି ପାରିବେ ନାହିଁ”।

ଜମ୍ମୁ କାଶ୍ମୀରର କିସ୍ତୱାଡ଼ ପାହାଡ଼ରେ ରହୁଥିବା ଲୋକମାନେ ପ୍ରାୟତଃ ଏହି କଥା କହିଥାନ୍ତି ଯେ, ମାତା ମାଚୈଲ ଯାହାକୁ ରକ୍ଷା କରନ୍ତି ତାର କେହି କ୍ଷତି କରିପାରିବେ ନାହିଁ। ଶୁକ୍ରବାର ଚିଶୋଟି ଗାଁରେ ଉଦ୍ଧାର କାର୍ଯ୍ୟ ସମୟରେ ଏହି କଥା ବାସ୍ତବରେ ପରିଣତ ହୋଇଥିଲା।

ଅଗଷ୍ଟ 14 ତାରିଖରେ, ବାଦଲ ଫାଟିବା ସହିତ ହଠାତ ବନ୍ୟା ଆସିଥିଲା, ସେତେବେଳେ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହି ସମୟରେ ପ୍ରାୟ ୨୦୦-୩୦୦ ତୀର୍ଥଯାତ୍ରୀ ଲଙ୍ଗର(ଯେଉଁଠି ପ୍ରସାଦ ବଣ୍ଟାଯାଏ) ଉପସ୍ଥିତ ଥିଲେ ଏବଂ ସମଗ୍ର ଅଞ୍ଚଳରେ ପ୍ରାୟ ୧୦୦୦ ରୁ ୧୫୦୦ ଲୋକ ଥିଲେ।

ମାତା ମଚୈଲ ଯାତ୍ରାରେ ଭକ୍ତଙ୍କ ସେବା କରିବା ଏକ ବଡ଼ ଧର୍ମ ବୋଲି କୁହାଯାଏ

ଉଧମପୁରର ସୁଭାଷ ବର୍ଷ ବର୍ଷ ଧରି ମାତା ମଚୈଲ ଯାତ୍ରାକୁ ଆସୁଥିବା ଭକ୍ତଙ୍କ ସେବା କରିବା ପାଇଁ ବିଚାର କରିଆସୁଛନ୍ତି। ପ୍ରତିବର୍ଷ ଯାତ୍ରା ସମୟରେ, ସେ ତାଙ୍କ ସାଥୀମାନଙ୍କ ସହିତ କଷ୍ଟକର ପାହାଡିଆ ପଥରୁ କ୍ଳାନ୍ତ ହୋଇ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦର ଆୟୋଜନ କରୁଥିଲେ। ଏଥର ମଧ୍ୟ ତାଙ୍କ ଲଙ୍ଗର ପ୍ରତିଦିନ ଶହ ଶହ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲା, କିନ୍ତୁ ଅପରାହ୍ନରେ ହଠାତ୍ ବନ୍ୟା ସବୁକିଛି ଧୋଇ ନେଇଗଲା। କିଛି ସମୟ ମଧ୍ୟରେ ଲଙ୍ଗର ପାଣି ଏବଂ ଭଗ୍ନାବଶେଷରେ ବୁଡ଼ିଗଲା ଏବଂ ଅନେକ ଭକ୍ତ କାଠ ଏବଂ ଭଗ୍ନାବଶେଷ ତଳେ ପୋତି ହୋଇଗଲେ।

ଶୁକ୍ରବାର, ସେନା, ପୋଲିସ, ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ଲୋକମାନେ ଲଙ୍ଗର ନିକଟରୁ ଭଗ୍ନାବଶେଷ ହଟାଇବା ସମୟରେ ସେମାନେ ସୁଭାଷଙ୍କୁ ଜୀବିତ ପାଇଥିଲେ। ତାଙ୍କ ନିକଟରୁ ଚାରି ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା ।

ତେବେ ସୁଭାଷଙ୍କୁ ଉଦ୍ଧାର ପରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେ ବିଶେଷ କିଛି ଗୁରୁତର ହେଇନଥିଲେ । ତେଣୁ ଡାକ୍ତର ହସ୍ପିଟାଲରୁ ତଙ୍କୁ ଡିସଚାର୍ଜ କରାଇଛନ୍ତି ।