ବ୍ଲସମ୍ସ ସ୍କୁଲରେ ପାଳନ ହେଲା ସ୍ୱାଧୀନତା ଦିବସ, ଛାତ୍ରଛାତ୍ରୀମାନେ ବଖାଣିଲେ ସ୍ୱାଧୀନତାର ମହତ୍ୱ

ଭୁବନେଶ୍ୱର: ବ୍ଲସମ୍ସ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଗଲା । ସ୍ୱାଧୀନତା ଦିବସ ପାଇଁ ସ୍କୁଲରେ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା ।

ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମେଜର୍ ଜେନେରାଲ୍ ପ୍ରଫେସର୍ ଡା. ପି. କେ. ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀମାନେ ଅନୁରକ୍ଷଣ ପୂର୍ବକ ସମାରୋହ ସ୍ଥଳକୁ ନେଇ ଆସିଥିଲେ । ଜାତୀୟ ପତାକା ଉତ୍ତୋଳନ ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍ଵାଦିନତ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଛାତ୍ରଛାତ୍ରୀମାନେ ସ୍ୱାଧୀନତା ସେନାନୀଙ୍କୁ ସ୍ମରଣ କରି ଦେଶଭକ୍ତି ସ୍ଲୋଗାନ୍ ଦେଇଥିଲେ ଏବଂ ଅନୁଶାସିତ ପ୍ୟାରେଡରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସେମାନେ ଦିନଟିର ଗୁରୁତ୍ୱ ଉପରେ ମତାମତ ଦେଇଥିଲେ ଓ ବିଭିନ୍ନ ସାସ୍କୃତିକ କାର୍ୟକ୍ରମ ପ୍ରସ୍ତୁତ କଲେ ।

ସ୍କୁଲ୍ ପ୍ରଧାନଶିକ୍ଷିକା ଶ୍ରୀମତୀ ସୀମିତା ପଣ୍ଡା ସମାବେଶକୁ ସମ୍ବୋଧନ କରି, ଦେଶର ଦାୟୀତ୍ୱଶୀଳ ନାଗରିକ ଭାବେ ଆମର କର୍ତ୍ତବ୍ୟ ସ୍ମରଣ କରାଇଥିଲେ ଓ ଦେଶର ଉନ୍ନତି ପାଇଁ କାମ କରିବାର ପ୍ରେରଣା ଦେଇଥିଲେ ।

ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଦେଶର ଏକତା ଓ ସମନ୍ୱୟ ପାଇଁ ପ୍ରେରିତ କରିଥିଲେ । ସେ ନବୋନ୍ମେଷ ୯.୦ ବିଜ୍ଞାନ ପ୍ରଦର୍ଶନୀର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କଲେ । ସ୍ଥାପକ ପ୍ରବନ୍ଧକ ଶ୍ରୀ ତୌରାଜ୍ ମୋଗବେଲପୁର୍ ମୁଖ୍ୟ ଅତିଥିଙ୍କୁ ସ୍ମୃତିଚିହ୍ନ ପ୍ରଦାନ କଲେ ।