ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିବା ଘଟଣାରେ ବନ୍ଧା ହେଲା ପେଟ୍ରୋଲ ଦୋକାନୀ

ବରଗଡ଼: ବରଗଡ଼ ଫିରିଙ୍ଗିମାଲରେ ୮ମ ଶ୍ରେଣୀ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବା ଘଟଣାରେ ବରଗଡ଼ ପୋଲିସ ପେଟ୍ରୋଲ ଦୋକାନୀଙ୍କୁ ଗିରଫ କରିଛି ।

ଛାତ୍ରୀ ଜଣଙ୍କ ଶୌଚ ହେବାକୁ ଯାଉଥିବାବେଳେ ତାଙ୍କ ଦେହରେ ଅନ୍ୟ ଜଣେ ଝିଅ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ମୃତ ଛାତ୍ରୀ ନିଜ ଜମାନବନ୍ଦୀରେ କହିଥିଲେ ।

ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବାବେଳେ ପରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ପୀଡ଼ିତାଙ୍କୁ କିଏ କ’ଣ ପାଇଁ ହତ୍ୟା କରିଛି ତା’ର ତଦନ୍ତ ବରଗଡ଼ ପୋଲିସ କରୁଥିବାବେଳେ ଆଜି ପେଟ୍ରୋଲ ଦୋକାନୀକୁ ପୋଲିସ ଗିରଫ କରିଛି ।