ପ୍ରେମିକ ସହ ରହିବା ପାଇଁ ଜବରଦସ୍ତ ପ୍ଲାନ; 12 ବର୍ଷର ଝିଅକୁ କରାଇଲା ବାହା, ପରେ ନିଜ ସ୍ବାମୀର କାଟିଲା ଗଳା
ବିହାରର ମଧେପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ଜ୍ୱାଇଁ ଏବଂ ତାଙ୍କ ଭିଣୋଇଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି।
ପାଟଣା: ବିହାରର ମଧେପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ଜ୍ୱାଇଁ ଏବଂ ତାଙ୍କ ଭିଣୋଇଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ମୁରଲିଗଞ୍ଜ ଥାନା ଅଞ୍ଚଳର ଖାଡ଼ି ଗାଁରେ ଜଣେ ମହିଳାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏବଂ ସେହି ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ, ସେ ତାଙ୍କ 12 ବର୍ଷର ନାବାଳିକା ଝିଅକୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇ ଦେଇଦେଳେ ଏବଂ ତାଙ୍କୁ ତାଙ୍କର ଜ୍ୱାଇଁ କରାଇଦେଲେ।
ଏହା ପରେ, ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଜ୍ୱାଇଁଙ୍କ ନାମରେ ଏକ ବିଘା ଜମି କରିବାକୁ ଦାବି କରୁଥିଲେ । କିନ୍ତୁ ତାଙ୍କ ସ୍ୱାମୀ ରାଜି ନ ହେବାରୁ ସେ ତାଙ୍କ ଜ୍ୱାଇଁ ଏବଂ ଭିଣୋଇଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ସେ ପ୍ରଥମେ କୌଣସି ବାହାନାରେ ତାଙ୍କ ସ୍ୱାମୀଙ୍କୁ ଘରୁ ବାହାରକୁ ଡାକିଥିଲେ ଏବଂ ତା’ପରେ ତିନିଜଣ ମିଶି ତାଙ୍କ ଗଳା କାଟି ହତ୍ୟା କରି ଗାଁରୁ 5 କିମି ଦୂର ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଶାଶୁ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।
ଭିଣୋଇ ଏବଂ ଜ୍ୱାଇଁଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା
ତାଙ୍କ ସ୍ତ୍ରୀଙ୍କର ଜ୍ୱାଇଁଙ୍କ ସହିତ ଅବୈଧ ସମ୍ପର୍କକୁ ବିରୋଧ କରିଥିଲେ ମୃତକ ଜସୱନ୍ତ । ଯାହା କାରଣରୁ ଉଭୟଙ୍କ ମଧ୍ୟରେ ତିନି ବର୍ଷ ଧରି କେଶ ଚାଲିଥିଲା। ଅଭିଯୁକ୍ତ ପତ୍ନୀ ତାଙ୍କ ଜ୍ୱାଇଁ ଏବଂ ଝିଅଙ୍କ ସହିତ ଏକ କୋଠରୀ ଭଡ଼ା ନେଇ ରହୁଥିଲେ। ମହିଳା ଜଣକ ତାଙ୍କ ଜ୍ୱାଇଁ ଅମିତ କୁମାରଙ୍କ ସହିତ ଦୀର୍ଘ ଦିନ ଧରି ଅବୈଧ ସମ୍ପର୍କ ରଖି ଆସୁଥିଲେ। ଶାଶୁ ଉର୍ମିଳା ଦେବୀ ଅଭିଯୋଗ କରିଛନ୍ତି ଯେ, ସେ ଏହାକୁ ଲୁଚାଇବା ପାଇଁ ତାଙ୍କ ଝିଅଙ୍କୁ ଅମିତଙ୍କ ସହିତ ବିବାହ କାରଇ ଦେଇଥିଲେ।
ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି
ପୋଲିସ ମୃତକଙ୍କ ମା ଏବଂ ଭାଇଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପତ୍ନୀ ପୁନିତା, ଭିଣୋଇ ରାଜେଶ, ଅଭିଯୁକ୍ତ ଜ୍ୱାଇଁ ଏବଂ ହତ୍ୟାକାଣ୍ଡରେ ସେମାନଙ୍କୁ ସାହାଯ୍ୟ କରିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ବୃକ୍ତ ଅନ୍ୟମାନଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।