ଶରୀରରେ ବୁଲେଟ ସ୍ପିଡ୍ ଭଳି ବଢିବ Vitamin B12, ବାସ୍ ଏମିତି ଖାଆନ୍ତୁ ଏହି ଡାଲି
ଏହି ଡାଲି ଖାଇଲେ ଶରୀରରେ କେବେ କମିବନି ଭିଟାମିନ B12
ଓଡ଼ିଶା ଭାସ୍କର: ଆମ ଶରୀରରେ କୌଣସି ବି ଭିଟାମିନର ଅଭାବ ଆମକୁ ଅସୁସ୍ଥ କରିଦିଏ। ଆଜି ଆମେ ଭିଟାମିନ B12 ବିଷୟରେ କରିବାକୁ ଯାଉଛୁ। ଯାହର ଅଭାବ ଯୋଗୁଁ ଶରୀରରେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ।
ଭିଟାମିନ B12 ପାଇଁ ଆପଣଙ୍କୁ ଆପଣଙ୍କ ଡାଏଟରେ କିଛି ଜିନିଷ ସାମିଲ କରିବାକୁ ପଡ଼ିବ। ଏଥିପାଇଁ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି, ଯାହାକୁ ଆପଣ ଖାଇ ଭିଟାମିନ B12ର ଅଭାବକୁ ଦୂର କରିପାରିବେ। ଆଜି ଆମେ ଏମିତି ଏକ ଡାଲି ବିଷୟରେ କହିବୁ, ଯାହାକି ଭିଟାମିନ ବି୧୨ର ଭଣ୍ଡାର ବୋଲି କୁହାଯାଇଥାଏ।
ଭିଟାମିନ B12ର ଅଭାବକୁ ଦୂର କରିବ ଏହି ଡାଲି: ଭିଟାମିନ B12 ଏମିତି ଏକ ତତ୍ତ୍ୱ ଯାହା ଆମ ଡିଏନଏ ଗଠନ କରିବାରେ ଏବଂ ଆମ କୋଷିକାଗୁଡ଼ିକର ଶକ୍ତିକୁ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ଏହି ଭିଟାମିନର ଅଭାବରେ ଏନିମିଆ, ଥକାପଣ ଏବଂ କମଜୋର ହେବାକୁ ଲାଗିଥାଏ।
ଭିଟାମିନ B12ର ଅଭାବକୁ ପୂରଣ କରିବା ଲାଗି କିଛି ଆହାର ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଖୁବ ଲାଭଦାୟକ। ଭିଟାମିନ B12 ଆମିଷ ଜିନିଷରେ ଅଧିକ ମିଳିଥାଏ। ହେଲେ ଆପଣ ଜାଣିନାହାନ୍ତି ଯେ, ଆପଣଙ୍କ ରୋଷେଇ ଘରେ ଏମିତି ଏକ ଡାଲି ଅଛି ଏଥିରେ ଭିଟାମିନ B12 ପ୍ରଚୁର ମାତ୍ରାରେ ମିଳିଥାଏ।
କେମିତି ଖାଇବେ: ରାତିରେ ଶୋଇବା ପୂର୍ବରୁ ଏକ କପ୍ ମୁଗ ଡାଲି ଧୋଇ ପାଣିରେ ବତୁରାଇ ଅର୍ଥାତ ଭିଜାଇ ଦିଅନ୍ତୁ। ସକାଳୁ ଡାଲି ଭଲ ଭାବେ ଭିଜିଯାଇଥିବ। ଏହି ପାଣିକୁ ପିଅନ୍ତୁ ଏବଂ ବଞ୍ଚିଥିବା ଡାଲିରେ ପିଆଜ, ଲୁଣ ଏବଂ ଲେମ୍ବୁ ପକାଇ ଖାଆନ୍ତୁ।