ତୁ ମରେ କହି ଚିପି ଦେଲା ତଣ୍ଟି, କଟୁରୀରେ ହାଣିଲା, ଘରେ ସ୍ୱାମୀ ଶବ ପକାଇ ଭିଣୋଇ ସହ ଫେରାର

ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା

ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଭିୱାଡି ଥାନା ଅଞ୍ଚଳର ଫେଜ୍‌-୩ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ପୋଲିସ ଏହି ହତ୍ୟା ରହସ୍ୟର ସମାଧାନ କରିଛି। ମୃତକଙ୍କ ସ୍ତ୍ରୀ ବବି ରାୟ ଏବଂ ତାଙ୍କ ଭିଣୋଇ ଅନୁଜ ଚୌଧୁରୀଙ୍କୁ ଗିରଫ କରାଯାଇଛି। ପଚରାଉଚରା ସମୟରେ ଉଭୟ ପୋଲିସକୁ ହତ୍ୟାର କାହାଣୀ କହିଥିଲେ। କିନ୍ତୁ ବାସ୍ତବତା ଥିଲା ଭିନ୍ନ। ଯାହା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

ଭିୱାଡିର ସାନ୍ତରା କଲୋନିର ଏକ ଘରର ଏକ ବନ୍ଦ କୋଠରୀରୁ ୬୫ ବର୍ଷୀୟ ଗୁଡ୍ଡୁ ରାୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

କୋଠରୀରୁ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ, ତା’ପରେ ଗୁଡ୍ଡୁଙ୍କ ମୃତଦେହ ପାଇଥିଲେ।

ଘରମାଲିକ ଏବଂ ତାଙ୍କ ଭଣଜା କହିଛନ୍ତି – ଗୁଡ୍ଡୁ ରାୟ ଏବଂ ତାଙ୍କ ସ୍ତ୍ରୀ ବବି କିଛି ସମୟ ପାଇଁ ଭଡ଼ାରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଏହି ସନ୍ଦେହ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଶାଳୀ –ଭିଣୋଇ ଅପରାଧ କଲେ ସ୍ୱୀକାର
ଗୁଡ୍ଡୁ ବିହାରର ଭାଗଲପୁରର ବାସିନ୍ଦା। ସିସିଟିଭି ଏବଂ ତଦନ୍ତରୁ ଜଣାପଡ଼ିଛି ଯେ ୪୦ ବର୍ଷୀୟ ପତ୍ନୀ ବବି ରାୟ ଏବଂ ଭିଣୋଇ ଅନୁଜ ଚୌଧୁରୀଙ୍କ ଆଡ଼କୁ ସନ୍ଦେହର ସୁତା ବଢ଼ିଥିଲା।

ପୋଲିସ ଉଭୟଙ୍କୁ ଗିରଫ କରି ପୋଲିସ ଷ୍ଟେସନକୁ ଆଣି ପୁଙ୍ଖାନୁପୁଙ୍ଖ ପଚରାଉଚରା କରିଥିଲା। ଅଭିଯୁକ୍ତ ଖୁବ୍ ଶୀଘ୍ର ସେମାନଙ୍କର ଅପରାଧ ସ୍ୱୀକାର କରିଥିଲା।

ମିଛ କାହାଣୀ କହିଥିଲେ

ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ମୃତକ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ଚିକିତ୍ସା, କୋଠରୀ ଭଡା ଏବଂ ରାସନ ପାଇଁ ବହୁତ ଖର୍ଚ୍ଚ ହେଉଥିଲା।

ଏବଂ ସେମାନଙ୍କ ପାଖରେ ଏତେ ଟଙ୍କା ନଥିଲା। ଏହି କାରଣରୁ, ପ୍ରତିଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ, ସ୍ତ୍ରୀ ଓ ଭିଣୋଇ ମିଶି ଗୁଡ୍ଡୁଙ୍କୁ ହତ୍ୟା କରିଥିଲେ।

ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ
ପୁଲିସ କହିଛି ଯେ ଗୁଡ୍ଡୁଙ୍କ ମୃତଦେହରେ ଆଘାତ ଚିହ୍ନ ଥିଲା। ଅନୁଜ ଚୌଧୁରୀ ହେଉଛନ୍ତି ବବିଙ୍କ ମାମୁଁଙ୍କ ଝିଅର ସ୍ୱାମୀ। ସେ ମଧ୍ୟ ଗୋଟିଏ ଘରେ ରହୁଥିଲେ। ସେମାନଙ୍କ ଭିତରେ ଅବୈଧ ସମ୍ପର୍କ ଥିବା ମଧ୍ୟ ପ୍ରକାଶ ପାଇଛି।

ଗୁଡ୍ଡୁ ଏହା ଶୁଣିଲା, ତା’ପରେ ସେ ବବିକୁ ଗାଳି କରିଥିଲା। କିନ୍ତୁ ଏହି କଥାକୁ ନେଇ ଉଭୟଙ୍କ ଭିତରେ ପ୍ରତିଦିନ ଝଗଡ଼ା ହୁଏ।

ବବି ଭିଣୋଇ ସହ ରହିବାକୁ ଗୁଡ୍ଡୁକୁ ଜୁଇଁରେ ଶୁଆଇବାକୁ ନିଷ୍ପତି ନିଏ। ତା’ପରେ ସେମାନେ ତାକୁ ହତ୍ୟା କରିଥିଲେ। ପ୍ରଥମେ ତଣ୍ଟି ଚିପି ଦେଇଥିଲେ ପରେ ଧାରୁଆ ଅସ୍ତ୍ରରେ ମାରିଥିଲେ ଚୋଟ।