ମସ୍କୋରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଏସ ଜୟଶଙ୍କର, କଣ ଆଲୋଚନା ହେଲା ଜାଣନ୍ତୁ
ଆହୁରି ମଜଭୁତ ହେବ ଭାରତ-ରୁଷ ସମ୍ପର୍କ ।
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ଭାରତ-ରୁଷ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିଥିବା ବିଶ୍ୱାସ କରାଯାଉଛି । ଜୟଶଙ୍କର ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭଙ୍କ ସହ ବିସ୍ତୃତ ଆଲୋଚନା କରିବାର କିଛି ଘଣ୍ଟା ପରେ ଏହି ବୈଠକ ହୋଇଥିଲା, ଯାହା ମୁଖ୍ୟତଃ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଯାଇଥିବା ନେଇଆଲୋଚନା ହେଉଛି ।
ଲାଭରୋଭଙ୍କ ସହିତ ଏକ ମିଳିତ ଗଣମାଧ୍ୟମ ବ୍ରିଫିଂରେ ଜୟଶଙ୍କର କହିଛନ୍ତି।, ଆମେ ବିଶ୍ୱାସ କରୁଛୁ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ବିଶ୍ୱର ସବୁଠାରୁ ମଜବୁତ ସମ୍ପର୍କ ମଧ୍ୟରୁ ଗୋଟିଏ ।
ଭୌଗୋଳିକ ରାଜନୈତିକ ସମନ୍ୱୟ, ନେତୃତ୍ୱ ସମ୍ପର୍କ ଏବଂ ଲୋକପ୍ରିୟ ଭାବନା ଏହାର ପ୍ରମୁଖ ଚାଳକ ରହିଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ନଭେମ୍ବର କିମ୍ବା ଡିସେମ୍ବରରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତର ବିଭିନ୍ନ ଦିଗକୁ ଚୂଡ଼ାନ୍ତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ମଙ୍ଗଳବାର ମସ୍କୋରେ ପହଞ୍ଚିଥିଲେ ।
ଜୟଶଙ୍କର କହିଛନ୍ତି ଯେ ରୁଷ ସହିତ ପ୍ରତିରକ୍ଷା ଏବଂ ସାମରିକ ସହଯୋଗ ଦୃଢ଼ ଏବଂ ରୁଷ ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ସମର୍ଥନ କରେ । ଆମର ପ୍ରତିରକ୍ଷା ଏବଂ ସାମରିକ-ବୈଷୟିକ ସହଯୋଗ ମଧ୍ୟ ଦୃଢ଼ ରହିଛି । ରୁଷ ମିଳିତ ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ସମେତ ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ସମର୍ଥନ କରେ । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ ରୁଷ ସେନାରେ ସେବା କରୁଥିବା ଭାରତୀୟଙ୍କ ପ୍ରସଙ୍ଗ ଉଠାଇଛନ୍ତି ।