ବିଶ୍ୱ ଭ୍ରମଣକାରୀଙ୍କ ପାଇଁ ଗୁଡନ୍ୟୁଜ୍, ସାରା ଜୀବନ ସମୁଦ୍ର ଭିତରେ ରହିବାକୁ କ୍ରୁଜ୍ ଲଞ୍ଚ କଲା ‘ଗୋଲ୍ଡେନ ପାସପୋର୍ଟ’

ଜାଣନ୍ତୁ ଏହି 'ଗୋଲ୍ଡେନ ପାସପୋର୍ଟ'ର ମୂଲ୍ୟ କେତେ?

ନୂଆଦିଲ୍ଲୀ: ଆପଣ କ’ଣ ପୁରା ବିଶ୍ୱ ବୁଲିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଭିଲା ଭି ରେସିଡେନ୍ସୀ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ଭିଲା ଭି ରେସିଡେନ୍ସୀ ଏକ ବିଶ୍ୱସ୍ତରୀୟ କ୍ରୁଜ୍ ଜାହାଜ, ଯାହା ବିଶ୍ୱର ବିଭିନ୍ନ ଦେଶ ପରିଦର୍ଶନ କରୁଥିବା ବା ଯାତ୍ରାରେ ଯାଉଥିବା ଲୋକମାନଙ୍କୁ ଜାହାଜରେ ଘର ଭଳି ସ୍ୱାଧୀନତା ଦେବ।

ଏହା ଜାହାଜରେ ବିଭିନ୍ନ ଜାଗାକୁ ଯାତ୍ରା କରିବା, ଜାହାଜରେ ରହିବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏଥିପାଇଁ କମ୍ପାନୀ ‘ଗୋଲ୍ଡେନ ପାସପୋର୍ଟ’ ଲଞ୍ଚ କରିଛି, ଯାହା ଆପଣଙ୍କୁ ସାରା ଜୀବନ ସମୁଦ୍ରରେ ରହିବାର ସ୍ୱାଧୀନତା ପ୍ରଦାନ କରେ।

 କ୍ରୁଜ୍ ଟିକେଟ୍ ରେ ଅନେକ ସୁବିଧା: ଏହା ଏକ ସାଧାରଣ କ୍ରୁଜ୍ ଟିକେଟ୍ ନୁହେଁ, ବରଂ ଏକ ସାରା ଜୀବନ ସଦସ୍ୟତା। ଅର୍ଥାତ୍ ଏହି ପାସପୋର୍ଟ କିଣିବା ପରେ, ଆପଣ ଯେତେବେଳେ ଏବଂ ଯେଉଁଠାରେ ଚାହିଁବେ ଭିଲା V ର କ୍ରୁଜ୍ ରେ ଅନଲିମିଟେଡ୍ ଭାବରେ ଯାତ୍ରା କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଗୋଲ୍ଡେନ ପାସପୋର୍ଟରେ କ’ଣ ସୁବିଧା ଉପଲବ୍ଧ ହେବ?

ଏହି ଗୋଲ୍ଡେନ୍ ପାସପୋର୍ଟର ସୁବିଧା:

ଆଜୀବନ କ୍ରୁଜିଂ: ତୁମେ ତୁମର ସାରା ଜୀବନ ସମୁଦ୍ରରେ ବିତାଇପାରିବ ଜାହାଜରେ

ମୂଲ୍ୟ: ଏହାର ମୂଲ୍ୟ  ୮୩ ଲକ୍ଷରୁ ଆରମ୍ଭ ହୋଇ ୨.୫ କୋଟି ପର୍ଯ୍ୟନ୍ତ ରହିଛି

ବିଶ୍ୱ ଭ୍ରମଣ: ଏଥିରେ ଆପଣ ସାତଟି ମହାଦେଶ, ୧୪୦ ରୁ ଅଧିକ ଦେଶ ଏବଂ ୪୦୦ ରୁ ଅଧିକ ସ୍ଥାନ ଭ୍ରମଣ କରିପାରିବେ। ଏଥିରେ ବିଶ୍ୱର ୧୨ ଟି ନୂଆ ନୂଆ ସ୍ଥାନ ଅନ୍ତର୍ଭୁକ୍ତ ରହିଛି।

ସୁବିଧା: ଏଥିରେ ରହିବା, ଖାଇବା ସହିତ ମଦ କିମ୍ବା ବିୟର, ଲଣ୍ଡ୍ରି ସେବା, ଇଣ୍ଟରନେଟ୍, ମନୋରଞ୍ଜନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଭଳି ସମସ୍ତ ସୁବିଧା ଅନ୍ତର୍ଭୁକ୍ତ ରହିଛି।

ଏକ୍ସଟ୍ରା ଚାର୍ଜ: ଏହା ସେମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ଅବସରପ୍ରାପ୍ତ କିମ୍ବା ଯାଯାବର ଏବଂ ଦୁନିଆକୁ ନିଜର ଘର କରିବାକୁ ଚାହାଁନ୍ତି। ଏହା କେବଳ ଯାତ୍ରା ନୁହେଁ, ବରଂ ଜୀବନଯାପନର ଏକ ନୂତନ ଉପାୟ। ଯାହା ଆପଣଙ୍କୁ ପ୍ରତ୍ୟେକ ଦିନ ନୂଆ ସକାଳ ସହ ଏକ ନୂଆ ଆରମ୍ଭ ଆଣିବ।