ଅମର ରହିବ ଏ ପ୍ରେମ; ସ୍ୱାମୀଙ୍କ ପାଇଁ ଖୁସି ଖୁସିରେ ଦେଇଥିଲେ ଲିଭର, ସର୍ଜରୀ ପରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଅମୂଲ୍ୟ ଜୀବନ
ଲିଭର ଟ୍ରାନ୍ସପ୍ଲାଣ୍ଟ ଅସ୍ତ୍ରୋପଚାର ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ। ଚିକିତ୍ସାରେ ଅବହେଳା ପାଇଁ ହସ୍ପିଟାଲ ବିରୋଧରେ ନୋଟିସ ଜାରି ।
ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ନାମୀଦାମୀ ହସ୍ପିଟାଲ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଲିଭର ଦେଇଦେଲେ । କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଉଭୟ ସ୍ବା-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ପୁଣେର ଏକ ଘରୋଇ ହସ୍ପିଟାଲକୁ ନୋଟିସ ଜାରି କରିଛି।
ଭିଡିଓ ରେକର୍ଡିଂ ଏବଂ ଚିକିତ୍ସା ପ୍ରକ୍ରିୟା ମାଗାଯାଇଛି
ସ୍ୱାସ୍ଥ୍ୟ ସେବାର ଉପ ନିର୍ଦ୍ଦେଶକ ଡାକ୍ତର ନାଗନାଥ ୟେମ୍ପଲେ ରବିବାର କହିଛନ୍ତି ଯେ, ସହ୍ୟାଦ୍ରି ହସ୍ପିଟାଲକୁ ସୋମବାର ସୁଦ୍ଧା ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟା ସହିତ ଜଡିତ ସମସ୍ତ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡିଓ ରେକର୍ଡିଂ ଏବଂ ଚିକିତ୍ସା ପ୍ରକ୍ରିୟା ମାଗାଯାଇଛି। ସୋମବାର ସକାଳ 10ଟା ସୁଦ୍ଧା ସମସ୍ତ ବିବରଣୀ ଦାଖଲ କରିବାକୁ ହସ୍ପିଟାଲକୁ କୁହାଯାଇଥିଲା।
୧୫ ଅଗଷ୍ଟରେ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା
ରୋଗୀଙ୍କ ନାମ ବାପୁ କୋମକାର ବୋଲି ଚିହ୍ନଟ କରାଯାଇଛି। ତାଙ୍କ ପତ୍ନୀ କାମିନୀ, ଯିଏ ତାଙ୍କ ଲିଭରର ଏକ ଅଂଶ ଦାନ କରିଥିଲେ। ୧୫ ଅଗଷ୍ଟରେ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା। ଲିଭର ଟ୍ରନ୍ସପ୍ଲାଣ୍ଟ ଅସ୍ତ୍ରୋପଚାର ପରେ ବାପୁ କୋମକାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ୧୭ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିଲା।
୨୧ ଅଗଷ୍ଟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା
୨୧ ଅଗଷ୍ଟରେ ପତ୍ନୀ କାମିନୀଙ୍କ ଶରୀରରେ ସଂକ୍ରମଣ ହୋଇଥିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟମାନେ ହସ୍ପିଟାଲ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି। ଉଭୟ ମୃତ୍ୟୁର ତଦନ୍ତ ଦାବି କରାଯାଇଛି।
ହସ୍ପିଟାଲ ଏହାର ବିବୃତ୍ତି ଜାରି କରିଛି
ହାସପିଟାଲ କହିଛି, ‘ରୋଗୀ (ବାପୁ କୋମକାର) ଅନେକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଜଣେ ଜୀବିତ ଦାତାଙ୍କ ଦ୍ୱାରା ଲିଭର ଟ୍ରାନ୍ସପ୍ଲାଣ୍ଟ ସବୁଠାରୁ ଜଟିଳ ପ୍ରକ୍ରିୟା ମଧ୍ୟରୁ ଗୋଟିଏ। ଏହି କ୍ଷେତ୍ରରେ ରୋଗୀ ଅନେକ ବମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ଥିଲେ, ଯାହାଙ୍କ ଅନେକ ସମସ୍ୟା ଥିଲା।’
ହସ୍ପିଟାଲ ଆହୁରି କହିଛି ଯେ ପରିବାର ଏବଂ ଦାତାଙ୍କୁ ଅସ୍ତ୍ରୋପଚାରର ବିପଦ ବିଷୟରେ ପୂର୍ବରୁ ସମ୍ପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ହସ୍ପିଟାଲ କହିଛି, ‘ମାନକ ଚିକିତ୍ସା ପ୍ରୋଟୋକଲ ଅନୁସରଣ କରି ଅସ୍ତ୍ରୋପଚାର କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ଟ୍ରାନ୍ସପ୍ଲାଣ୍ଟ ପରେ ଉକ୍ତ ବ୍ୟକ୍ତି ଜଣକ କାର୍ଡିଓଜେନିକ୍ ଶୋକରେ ପଡ଼ିଗଲେ ଅର୍ଥାତ ହାର୍ଟ ଆଟାକ ଆସିଥିଲା ଏବଂ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ।’