(Video) ମହିଳାଙ୍କର ଛାଡ଼ିଗଲା ଜିଅନ୍ତା ଚିଙ୍ଗୁଡ଼ି ଖାଇବାର ନିଶା, ଧରିବାକୁ ଚେଷ୍ଟା କରୁଥିଲେ, ହେଲେ ପରିଣାମ ଭୋଗିଲେ ଏମିତି..

ଜିଅନ୍ତା ଚିଙ୍ଗୁଡ଼ିକୁ ଖାଇବାର ଚେଷ୍ଟା, ହେଲେ ନାଦିଦେଲା ଚିଙ୍ଗୁଡ଼ି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଲୋକଙ୍କର ଅଜବ ସଉକ ବେଳେବେଳେ ଭାରି ପଡ଼ିଯାଏ । ଜଣେ ଚୀନ ମହିଳାଙ୍କ ସହ ଏମିତି କିଛି ଘଟିଛି । ମହିଳା ଜଣକ ନିଜ ଫୁଡ୍ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ଜିଅନ୍ତା ଚିଙ୍ଗୁଡ଼ି ଖାଇବାକୁ ଚେଷ୍ଟା କରୁଥିଲେ । ହେଲେ ଚିଙ୍ଗୁଡ଼ି ରାଗିଗଲା । ସେ ସଙ୍ଗେ ସଙ୍ଗେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ମହିଳା ଜଣକ ବହୁତ କଷ୍ଟ ପାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓର ଆରମ୍ଭରେ ମହିଳାଙ୍କ ଟେବୁଲରେ ଅନେକ ରଙ୍ଗ-ବେରଙ୍ଗୀର ଖାଇବା ନଜର ଆସୁଛି । ଏହାପରେ ସେ ଏକ ଜିଅନ୍ତା ଚିଙ୍ଗୁଡ଼ିକୁ ଧରି ପାତ୍ରରେ ରଖିବାକୁ ଚେଷ୍ଟା କରୁଥିଲେ ।

ଏହି ପାତ୍ରରେ ପୂର୍ବରୁ କଙ୍କଡ଼ା ଏବଂ ମାଛ ଥିଲେ । ମହିଳାଜଣକ ଅନେକ ଥର ଚେଷ୍ଟା କରିଥିଲେ ଧରିବାକୁ । ହେଲେ ଏହି ଜିଅନ୍ତା ଚିଙ୍ଗୁଡ଼ିଟି ଖସିଯାଇ ତଳେ ପଡ଼ିଯାଇଥିଲା । ଏହାପରେ ମହିଳା ଚିଙ୍ଗୁଡିକୁ ଯେତେବେଳେ ଧରି ଦେଖାଇଥିଲେ, ସେ ହଠାତ୍ ଖସିପଡି ତାଙ୍କ ହାତକୁ କାମୁଡ଼ିକି ଧରିଥିଲା ଏବଂ ଆଉ ଛାଡ଼ିନଥିଲା ।

ମହିଳାଙ୍କୁ କଷ୍ଟ ପାଉଥିବାର ଦେଖି ଅନ୍ୟ କିଏ ଜଣେ ତାଙ୍କ ପାଖକୁ ଆସିଥିଲେ । ସେ ମହିଳାଙ୍କ ହାତରୁ ଚିଙ୍ଗୁଡିଟିକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଚିଙ୍ଗୁଡ଼ିଟି ଛାଡ଼ିନଥିଲା । ଏହାପରେ ମହିଳାଜଣକ ନିଜ ମୋବାଇଲ ଫୋନର କ୍ୟାମେରାକୁ ଅଫ୍ କରିଦେଇଥିଲେ । ଏହି ଭିଡିଓଟି ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।