ରୁମାଲ ହଜିଲେ ହୋଇପାରେ ରୋଗ, ଜାଣନ୍ତୁ ଶୁଭ-ଅଶୁଭ ସଂକେତ

ରୁମାଲ ହଜିବା ଦିଏ ଖରାପ ସଙ୍କେତ, ଜାଣନ୍ତୁ

ଓଡ଼ିଶା ଭାସ୍କର: କେବେ ନା କେବେ ଆପଣଙ୍କର ମଧ୍ୟ ରୁମାଲ ହଜିଯାଇଥିବ । ସାଧାରଣତଃ ଲୋକେ ରୁମାଲର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହାର ଅଣଦେଖା କରିଥାଆନ୍ତି । ହେଲେ ଶାସ୍ତ୍ର ଅନୁଯାୟୀ, ରୁମାଲ ହଜିବା ଶୁଭ ହୋଇନଥାଏ । ଏହି ସଂକେତ ହେଉଛି ରୁମାଲ ହଜିଥିବା ବ୍ୟକ୍ତିଙ୍କୁ ଏକ ବଡ଼ ରୋଗ ଘେରିପାରେ ।

କାହାକୁ ରୁମାଲ ଦେଉଥିଲେ ସାବଧାନ: ଏହା ଦୁଃଖ ଏବଂ ନକରାତ୍ମକ ଶକ୍ତିର ମଧ୍ୟ ପ୍ରତୀକ ହୋଇଥାଏ । ଏହା ବ୍ୟତୀତ ରୁମାଲକୁ କାହାରିକୁ ଦେବା ମଧ୍ୟ ଶୁଭ ହୋଇନଥାଏ । ରୁମାଲରେ ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ରହିଥାଏ ।

ଯେଉଁ ବ୍ୟକ୍ତି ଗୋଟିଏ ରୁମାଲକୁ ବହୁତ ଦିନ ବ୍ୟବହାର କରିଥାଏ, ଏଥିରେ ସକରାତ୍ମକ ଶକ୍ତି ହ୍ରାସ ହୋଇଥାଏ । ଏଥିରେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିସହ ଭାଗ୍ୟ ମଧ୍ୟ ସାଥ ଦେଇନଥାଏ ।

ଏମିତି ଶୁଖାନ୍ତୁ ରୁମାଲ: ଶାସ୍ତ୍ରରେ ରୁମାଲକୁ ଶୁଖାଇବାର ମଧ୍ୟ ଅନେକ ନିୟମ ରହିଛି । ଏହାକୁ ଅଣଦେଖା କଲେ, ଯେକୌଣସି ବ୍ୟକ୍ତି ଅସୁବିଧାରେ ପଡିପାରନ୍ତି ।

ରୁମାଲକୁ ଆପଣ ସଫା କରିବା ପରେ ଖରାରେ ଶୁଖାନ୍ତୁ । ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ହ୍ରାସ ହେବା ସହ ରୁମାଲରେ ଥିବା ଜୀବାଣୁ ଦୂର ହୋଇଥାଏ ।