ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି, ନିଯୁକ୍ତି ପ୍ରଦାନ କଲେ ସଭାପତି ନବୀନ ପଟ୍ଟନାୟକ

ଚିନ୍ମୟ ଏବଂ ଈପସିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ନବୀନ ପଟ୍ଟନାୟକ କଲେ ନିଯୁକ୍ତି

ଭୁବନେଶ୍ୱର: ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ। ଚିନ୍ମୟ ସାହୁ ବିଜୁ ଜନତା ଦଳର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ।

ନିଯୁକ୍ତି ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସା. ସମ୍ପାଦକର ଦାୟିତ୍ୱ ମିଳିଛି ।

ଯୁବ-ବ୍ୟେମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି । ଛାତ୍ର-ଦେବେଶ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ୱାଳ ରହିଛନ୍ତି ।