ବଡ଼ ଅଘଟଣ: ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ; ଚାପି ହୋଇଗଲେ ଶ୍ରଦ୍ଧାଳୁ, 5 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମାତା ବୈଷ୍ଣୋ ଦେବୀ ମାର୍ଗରେ ବଡ଼ ଘରଣର ଭୂସ୍ଖଳନ । ଦବି ହୋଇଗଲେ ଶ୍ରଦ୍ଧାଳୁ । ଏପର୍ଯ୍ୟନ୍ତ 5 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 14 ଜଣ ଗରତର ଥିବା ଜଣା ପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଜମ୍ମୁ ଓ କାଶ୍ମୀର: ରିଆସି ଜିଲ୍ଲାର ମାତା ବୈଷ୍ଣୋ ଦେବୀ ମାର୍ଗରେ ଅବସ୍ଥିତ ଅର୍ଦ୍ଧକୁୱାରୀରେ ବଡ଼ ଘରଣର ଭୂସ୍ଖଳନ। ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ଏହାର ସରକାରୀ X ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ ଏହି ଭୂସ୍ଖଳନ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ହୋଇଛି ଏବଂ ଅନେକ ଲୋକ ଚାପି ହୋଇଯାଇଥିବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରେ ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ, ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ଭୂସ୍ଖଳନରେ 5 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 14 ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣା କେଉଁଠାରେ ଘଟିଥିଲା?

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, 6 ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମାତା ବୈଷ୍ଣୋ ଦେବୀ ମାର୍ଗରେ ଅର୍ଦ୍ଧକୁୱାରୀରେ ଭୋଜନାଳୟ ନିକଟରେ ଭୂସ୍ଖଳନ ଘଟିବା ସମୟରେ ଘଟଣାସ୍ଥଳରେ ଅନେକ ଯାତ୍ରୀ ଥିଲେ। ଡୋଡାରେ ବାଦଲ ଫାଟା ବର୍ଷା ଯୋଗୁଁ ଜମ୍ମୁର ବିଭିନ୍ନ ସ୍ଥାନରେ ପରିସ୍ଥିତି ବହୁତ ଗମ୍ଭୀର ରହିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଶାସନକୁ ହାଇ ଆଲର୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଜମ୍ମୁ ଏବଂ କାଶ୍ମୀରରେ ନେଟୱାର୍କ ଡାଉନ ହେବାର ମଧ୍ୟ ଖବର ଅଛି। ବ୍ୟବହାରକାରୀମାନେ ଇଣ୍ଟରନେଟ୍ ଏବଂ କଲିଂ ସୁବିଧା ବ୍ୟବହାର କରିପାରିବେ ନାହିଁ। ଏନେଇ ଅଧିକ ସୂଚନା ଜାରି ରହିଛି ।