ଭୁବନେଶ୍ୱର: ବିପର୍ଯ୍ୟୟ ପ୍ରତିରୋଧକ ରାସ୍ତା ହେବ ମୁଖ୍ୟମନ୍ତ୍ରୀ ସଡ଼କ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରିଜୋଲ୍ୟୁସନ ପ୍ରକାଶ ପାଇଛି। ୫ ବର୍ଷରେ ନିର୍ମାଣ ହେବ ୫୦୦ କିମି ଗାଁ ରାସ୍ତା। ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।
ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ପ୍ରତିକ୍ରିୟା ଗତକାଲି ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ, ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି।
ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ: ସେ ଆହୁରି କହିଥିଲେ ଯେ, ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି । ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି। ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସାପ ବିପଦ ଅଛି: ସାପ ବିପଦକୁ ନେଇ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ, ବନ୍ୟାରେ ମୃତାହତ ଖବର ନାହିଁ, ହେଲେ ବେଶୀ ସମୟ ପାଣିରେ ରୁହନ୍ତୁ ନାହିଁ । କାରଣ ସାପ ବିପଦ ଅଛି। ଆଶ୍ରୟସ୍ଥଳୀକୁ ଆସନ୍ତୁ । ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାଣି ଛାଡ଼ିଲେ ମିଳିବ କ୍ଷତିପୂରଣ: କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡୁ ଚାଡୁ କ୍ଷତିପୂରଣ ମିଳିଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ।