ଭୁଶୁଡ଼ି ପଡ଼ିଲା ଚାରି ମହଲା ବିଲ୍ଡିଂ, ୩ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଗଣେଶ ପୂଜାରେ ଭୁସୁଡ଼ିଲା କୋଠା, ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ମୁମ୍ବାଇ: ପାଲଘର ଜିଲ୍ଲାର ଭିରାରରେ ଏକ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ପଡ଼ିବାରୁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ 8 ରୁ 9 ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।
ଚାଲିଛି ଉଦ୍ଧାର କାର୍ଯ୍ୟ: ସୂଚନା ଅନୁଯାୟୀ, ମୁମ୍ବାଇ ଭିରାର ନାରଙ୍ଗୀ ଫାଟାରେ ଅବସ୍ଥିତ ରାମୁ କମ୍ପାଉଣ୍ଡର ସ୍ୱାମୀ ସମର୍ଥ ନଗରରେ ରମାବାଇ ଆପାର୍ଟମେଣ୍ଟ ନାମକ ଏକ ଚାରି ମହଲା କୋଠାର ପଛ ଭାଗର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ପୋଲିସ ଏପର୍ଯ୍ୟନ୍ତ ଛଅ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଛି।
ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଭଗ୍ନାବଶେଷରେ ସନ୍ଧାନ ଅଭିଯାନ ଚାଲିଛି। ବର୍ତ୍ତମାନ ଏହି କୋଠାର ଭଗ୍ନାବଶେଷରେ ୧୫ ରୁ ୨୦ ଜଣ ଫସି ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ଏହି ଦୁର୍ଘଟଣା ଗତକାଲି ରାତି ୧୧:୩୦ ରେ ଘଟିଥିଲା। ଏହି କୋଠା ଦଶ ବର୍ଷ ପୁରୁଣା ଏବଂ ମ୍ୟୁନିସିପାଲ କର୍ପୋରେସନ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଘୋଷଣା କରିଥିଲା।