ଓଡ଼ିଆ ଅସ୍ମିତାକୁ ଅପମାନ! ଚଳଚ୍ଚିତ୍ରରେ ‘ଚାରଧାମ’ ବ୍ୟବହାରକୁ କଂଗ୍ରେସର ନିନ୍ଦା

ଅନୁଭବ ମହାନ୍ତିଙ୍କ ଦ୍ୱାରା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ 'ଚାରଧାମ' ଶବ୍ଦ ବ୍ୟବହାରକୁ ଦୃଢ଼ ବିରୋଧ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ।

ଭୁବନେଶ୍ୱର: କଂଗ୍ରେସ ଟାର୍ଗେଟରେ ବିଜେପି । ବିଜେପି ନେତା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱାରା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଚାରଧାମଶବ୍ଦ ବ୍ୟବହାରକୁ ଦୃଢ଼ ବିରୋଧ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏହା କି ପ୍ରକାରର ଓଡ଼ିଆ ଅସ୍ମିତା!!! ପବିତ୍ର ଶବ୍ଦ ଚାରଧାମ‘, ହିନ୍ଦୁ ଧର୍ମର ଚାରିଟି ପବିତ୍ର ତୀର୍ଥସ୍ଥଳକୁ ବୁଝାଏ,”

ଚଳଚିତ୍ରର ବ୍ୟାନରରେ ଚାରିଧାମକୁ ଏପରି ଲଜ୍ଜାଜନକ ଭାବରେ ଦର୍ଶାଯାଇଛି, ଯାହା ଗ୍ରହଣୀୟ ନୁହେଁ, ବୋଲି ସେ କହିଛନ୍ତି।

ଏହା ପ୍ରକୃତରେ ଘୃଣ୍ୟ ଏବଂ ଆମ ସଂସ୍କୃତି ଏବଂ ପରମ୍ପରାର ଅପମାନ। ଓଡ଼ିଆ ଅସ୍ମିତା କୁଆଡ଼େ ଗଲା !! କିଛି ଲୋକ କାହିଁକି ଅଶ୍ଳୀଳତାକୁ ପ୍ରୋତ୍ସାହିତ କରି ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କୁ ଅପମାନିତ କରିବାକୁ ଚାହୁଁଛନ୍ତି?” ପିସିସି ମୁଖ୍ୟ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ଭକ୍ତ ଚରଣ ଦାସ କହିଛନ୍ତି।

ଦୁର୍ଭାଗ୍ୟବଶତଃ, ଏହି ବ୍ୟାନରରେ ମୁଖ୍ୟ ଅଭିନେତା ହେଉଛନ୍ତି ବିଜେପିର ନେତା । ଯେଉଁ ଦଳ ଓଡ଼ିଆ ଅସ୍ମିତା ଏବଂ ହିନ୍ଦୁତ୍ୱ ବିଷୟରେ ପ୍ରଚାର କରି କ୍ଷମତା ହାସଲ କରିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ଚାରିଧାମ – ଏ ଜର୍ନି ୱିଦିନ୍ ର ପ୍ରଥମ ପୋଷ୍ଟର ଚଳିତ ବର୍ଷ ଜୁନ୍ ମାସରେ ଉନ୍ମୋଚିତ ହୋଇଥିଲା। ଏହି ବଡ଼ ବଜେଟ୍ ଫିଲ୍ମଟି ଦୁର୍ଗା ପୂଜା ମହୋତ୍ସବ ସମୟରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି।