ନୂଆଁଖାଇ ତିହାର: ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ, ପିଠା-ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା
ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ
ସମ୍ବଲପୁର: ଆମ ଓଡ଼ିଶାରେ ୧୨ ମାସରେ ୧୩ ଓଷା। ସେଥି ମଧ୍ୟରୁ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ସାରା ପଶ୍ଚିମ ଓଡ଼ିଶା ଆଜି ମିଠା-ପିଠାରେ ମହକୁଛି।
ଏହାରି ମଧ୍ୟରେ ବର୍ତ୍ତମାନ ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟା ଦେବୀଙ୍କ ପାଖରେ ନବାନ୍ନ ଲାଗି ସରିଛି। ଘଣ୍ଟା ଘଣ୍ଟା ବାଦ୍ୟରେ ତାଳେ ତାଳେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି।
ମାଆ ସମଲେଇଙ୍କ ପାଖରେ ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା।
ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସଂସ୍କୃତି, ସମୃଦ୍ଧି ଓ ଏକତାର ପ୍ରତୀକ ନୂଆଁଖାଇ ତିହାର। ନୂଆ ଆଶା ନେଇ ଆସିଥିବା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ଏହା ହିଁ ମୁଁ ମାଆ ସମଲେଇଙ୍କ ପାଖରେ ଗୁହାରି କରୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ।